ସୋନପୁରରୁ ପ୍ରମୋଦ ମହାପାତ୍ର ଓ ବୀରମହାରାଜପୁରରୁ ରଘୁନାଥ ଜଗଦଲାଙ୍କୁ ପ୍ରାର୍ଥୀ କଲା ବିଜେପି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ମଙ୍ଗଳବାର ଭାରତୀୟ ଜନତା ପାର୍ଟି ଓଡ଼ିଶା ବିଧାନସଭା ପାଇଁ ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି। ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ଯଥା ସୋନପୁର ପାଇଁ ପ୍ରମୋଦ କୁମାର ମହାପାତ୍ର ଓ ବୀରମହାରାଜପୁର ପାଇଁ ରଘୁନାଥ ଜଗଦଲାଙ୍କୁ ଚଳିତ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ କରିଛି ବିଜେପି। ଶ୍ରୀ ମହାପାତ୍ର ଜିଲ୍ଲା ବିଜେପି ସଭାପତି ଥିବା ବେଳେ ଚଳିତ ବର୍ଷ ତାଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି। ସେ ୨୦୧୪ ରେ ମଧ୍ୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜେଡିର ନିରଞ୍ଜନ ପୂଜାରୀଙ୍କ ଠାରୁ ପରାଜୟ ବରଣ କରିଥିଲେ। ସେହିପରି ଏସସି ବର୍ଗଙ୍କ ସଂରକ୍ଷିତ ଥିବା ବୀରମହାରାଜପୁର ଆସନ ପାଇଁ ଇଂ. ରଘୁନାଥ ଜଗଦଲାଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ। ଶ୍ରୀ ଜଗଦଲା ଜଣେ ଉଚ୍ଚ ଶିକ୍ଷିତ ତଥା ମେଳାପି ସ୍ଵଭାବର ହୋଇଥିବା ବେଳେ ଗତ ୨୦୧୯ ରେ ମଧ୍ୟ ଦଳ ବିଧାୟକ ପ୍ରାର୍ଥୀ କରିଥିଲା, ତେବେ ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ପଦ୍ମନାଭ ବେହେରାଙ୍କ ଠାରୁ ପରାଜିତ ହୋଇଥିଲେ। ଉଭୟ ପ୍ରାର୍ଥି ବିଜେପିର ସାଂଗଠାନିକ, ଶୃଙ୍ଖଳିତ ତଥା ନିର୍ବିବାଦୀୟ ବ୍ୟକ୍ତି ରୂପେ ଜିଲ୍ଲାରେ ବେଶ ଜଣାଶୁଣା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.