ସତ୍ୟଜିତ ସ୍ୱାଇଁ
ଆଖିରୁ ଝରିବାକୁ ଥିବା ବର୍ଷା
ସିଏ କିବା ଅପେକ୍ଷା କରେ ମୌସୁମୀର ଆଗମନକୁ
ଯେତେବେଳେ ଏଇ ହୃଦୟ ଛଳନାର ବୋଝରେ ଭାରାକ୍ରାନ୍ତ ହୋଇଯାଏ,
ଅବା ଜୀବନରେ ଯେବେ ଛାଇଯାଏ ବିଶ୍ୱାସଘାତକତାର ବାଦଲ,
ସେତେବେଳେ ଆଖିର କୋଣରୁ ବର୍ଷିଯାଏ ଅବିଶ୍ରାନ୍ତ ବର୍ଷା ।
ତାର ଆଗମନର ସମୟ କିଏବା କହିବ?
ସିଏ ନୁହେଁ ଚତୁର୍ମାସ୍ୟା
ବର୍ଷର ଏକ ସ୍ଥିରୀକୃତ ସମୟରେ ବର୍ଷିବ
ସିଏ ଯେ ବାରମାସୀ,
କେବେବି ଆସି ଭିଜେଇ ଦେଇପାରେ ଏଇ ତନୁମନ……….. ।