ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ପକ୍ଷରୁ ବାଇକ୍ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ୨୦୨୪ ନିର୍ବାଚନକୁ ନେଇ କଳାହାଣ୍ଡିର ରାଜନୈତିକ ପାଣିପାଗ ସରଗରମ ହୋଇ ଉଠିଛି। ରାଜନୀତି ମୈଦାନକୁ ଓହ୍ଲାଇଲେଣି ତିନି ପ୍ରମୁଖ ଦଳର ନେତା। ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରି ରଣାଙ୍ଗନକୁ ଓହ୍ଲାଇଛନ୍ତି। ଏହି କ୍ରମରେ ଲାଞ୍ଜିଗଡ଼ ଠାରେ କଂଗ୍ରେସ ମଧ୍ୟ ବିଶାଳ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛି। ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ପକ୍ଷରୁ ଦୁର୍ଗମ ଅଞ୍ଚଳ ବେନଗାଁ ପଞ୍ଚାୟତର ପେଙ୍ଗସୁର ଠାରୁ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରା ବାହାରି ବେନଗାଁ, ଲାଖବାହାଲି, ବିଜେପୁର ମାଳିଯୁବାଙ୍ଗ ପର୍ଯ୍ୟନ୍ତ ଯାଇ ଜନସାଧାରଣଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ ଦଳୀୟ ପ୍ରାର୍ଥୀ, କାର୍ଯ୍ୟକର୍ତ୍ତା ଓ କର୍ମୀମାନେ। ଏହି ଶୋଭାଯାତ୍ରାରେ ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ପ୍ରାର୍ଥୀନୀ ଦ୍ରୌପଦୀ ମାଝୀ, କଂଗ୍ରେସ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ସଭାପତି ବିଜୟ ନାଏକ, ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ଯୁବ ସଭାପତି ଭୀମସେନ ନାଏକ, ଲାଞ୍ଜିଗଡ଼ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ.ଫକୀର ମୋହନ ମାଝୀ, କଂଗ୍ରେସ ନେତା ଗୋବିନ୍ଦ ପ୍ରଧାନୀ, ଶିଶିର ପୁଝାରୀ, କଂଗ୍ରେସ ଯୁବନେତା ସନ୍ତୋଷ ତୁଳ, ଗୋପାଳ ଦାସ ମହାନନ୍ଦ, ଉଦ୍ଧବ ମାଝୀ, ଉଦ୍ଧବ ନାଏକ, ଗଣେଶ ବେହେରା, ଡମବୁଡ଼ା ମାଝୀଙ୍କ ସମେତ କଂଗ୍ରେସ କର୍ମୀ ଯୋଗଦେଇଥିଲେ। ବାଇକ୍ ଶୋଭାଯାତ୍ରା ଆସି ମାଳିଯୁବାଙ୍ଗ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଜେଡ଼ି ଓ ବିଜେପି ଛାଡି କଂଗ୍ରେସରେ ଶତାଧିକ କର୍ମୀ ସାମିଲ ହୋଇଥିଲେ। ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ବଳଭଦ୍ର ମାଝୀ ଓ କଳାହାଣ୍ଡି ସାଂସଦ ପ୍ରାଥିନୀ ଦ୍ରୋପଦୀ ମାଝୀ ସିଧାସଳଖ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଚଳିତ ନିର୍ବାଚନରେ ବିଧାନସଭାକୁ ଯାଇ ରାଜ୍ୟର ପ୍ରକୃତ ବିକାଶ ସହ ଏକ ନୂଆଁ ଅଧ୍ୟାୟ ସୃଷ୍ଟି କରିବୁ ବୋଳି କହିଛନ୍ତି ପ୍ରାଥି ଓ ପ୍ରାଥିନୀ। ତେବେ କଂଗ୍ରେସର ଏହି ଶୋଭାଯାତ୍ରା ଲାଞ୍ଜିଗଡ଼ ବ୍ଲକ୍ ଅଳରେ ପ୍ରଥମ ବାଇକ୍ ଶୋଭାଯାତ୍ରା ହୋଇଥିବାବେଳେ କଂଗ୍ରେସ ନିଜର ଦୃଢ଼ ଉପସ୍ଥିତି ଜାହିର କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.