ଶେଷ ହେଲା ୨୧ ଦିନିଆ ଦଣ୍ଡ ଯାତ୍ରା 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହରରେ ଦୀର୍ଘ ୨୧ ଦିନଧରି ଚାଲିଥିବା ମା ରୁଦ୍ର କାଳୀଙ୍କ ପ୍ରସିଦ୍ଧ କଠିନ ଦଣ୍ଡଯାତ୍ରା ରବିବାର ଦିନ ପରିସମାପ୍ତି ଘଟିଛି। ଏହି ୪ ଗୋଟି ମେରୁଯାତ୍ରା ରେ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ସେହିପରି ସହରରେ ଆଖ ପାଖରେ ଥିବା ପଞ୍ଚାୟତ ଯଥା ଶିକୁଳା, ଜାମୁନି, ଆଛୁଲି, ଭାଟ କୁମାରଡ଼ା, ମୋଡାବାଇ, ରାଉଳ ପଲି, ଗ୍ରାମ ଗୁଡାକରେ ମଧ୍ୟ ଦଣ୍ଡଯାତ୍ରା ଉଦଯାପିତ ହୋଇଯାଇଛି।‌ ପ୍ରତ୍ୟୁଷରୁ ମା ଦଣ୍ଡକାଳୀ ସହରରେ ଥିବା ତିନୋଟି କାଳୀ ମନ୍ଦିର ତଥା ଗୌଡ଼ ପୁଞ୍ଜା, ଧୋବା ପୁଞ୍ଜା ଏବଂ ତେଲି ପୁଞ୍ଜା ୨ଗୋଟି ରୁ ଗୋଟିଏ ଆଛୁଲି ପଞ୍ଚାୟତ ଅଫିସ ନିକଟରେ ମେରୁ କରୁଛନ୍ତି। ସବୁ ପୁଞ୍ଜା ନିଜ ନିଜ ମନ୍ଦିରରେ ପହଞ୍ଚିଥିଲେ, ଏବଂ ଅନ୍ୟ ପୁଞ୍ଜା ସହରରେ ସକାଳୁ, ସକାଳୁ ହିଁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଘଣ୍ଟ, ଢୋଲ ଏବଂ ହୁଳହୁଳି ଶଦ୍ଧ ସହ “ଶ୍ରୀ ଶ୍ରୀ କଳା ରୁଦ୍ରମଣିକି ଭଜ ହେ “ଡାକରେ ସହର ପ୍ରକମ୍ଫିତ ହୋଇଥିଲା। ସହରର ବିଭିର୍ଣ୍ଣ ସ୍ଥାନରେ ଧୂଳିଦଣ୍ଡ,ଏବଂ ଅପରାହ୍ନରେ ପାଣିଦଣ୍ଡ ନୀତି ଓ ମାନସିକଧାରୀଙ୍କ ନୀତି ସଂପନ୍ନ ହୋଇଥିଲା। ତାପରେ ଆରମ୍ଭ ହୋଇ ଥିଲା ଅଗ୍ନି ଦଣ୍ଡ, ମେରୁ ଖୁଣ୍ଟ ରେ ପାଟ ଦଣ୍ଡୁଆ ଙ୍କ ଅଗ୍ନି ପରୀକ୍ଷା ପରେ ଆସିଥିବା ଭକ୍ତ ମାନେ ଭୋଗ ରାଗ କରି ମାଙ୍କ ଶରଣ ପସି ନିଜର ତଥା ଜଗତ ଓ ବିଶ୍ୱର ମଙ୍ଗଳ କାମନା କରିଥିଲେ। ଅନ୍ୟ ପକ୍ଷରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ସହରର ପ୍ରତ୍ୟେକ ଛକ ରେ ସ୍ବେଛାସେବୀ ମାନଙ୍କ ଦ୍ଵାରା ସହସ୍ରାଧିକ ଭକ୍ତ ମାନଙ୍କ ପାଇଁ ନବାତ ପଣା, ଛେନା ପଣା, ଲେମ୍ଭୁ ପଣା, ଦହି ପଣା ସହିତ ବିଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା କରାଯାଇଥିଲା। ଏହି ସବୁ ବ୍ୟବସ୍ଥା ସୁନ୍ଦର ଭାବେ ଆୟୋଜନ କରି ଶ୍ରଦ୍ଧାଳୁ ମାନଙ୍କୁ ଖୁସି କରିଦେଇଥିଲେ ସହର ବାସୀ,ଏବଂ ପ୍ରତ୍ୟୋକ ମେରୁ ପୁଞ୍ଜା ର କମିଟ ଓ ସଦସ୍ୟ ମାନେ ନିଜ କାର୍ଯ୍ୟକୁ ସୁଚାରୁ ରୂପେ ପାଳନ କରିଥିଲେ।‌ ଶେଷରେ ଭକ୍ତ ମାନେ ଭୋଗ କରିଥିବା ପ୍ରସାଦ ନେଇକି ଆନନ୍ଦରେ ନିଜ ନିଜ ଗ୍ରାମକୁ ଫେରିଥିଲେ। ଯାହାଦ୍ୱାରା ଦୀର୍ଘ ଦିନର ଏହି ଦଣ୍ଡ ଯାତ୍ରା ଉଦଯାପିତ ହୋଇଛି।‌ ଏହାସହ ଆଜି ପ୍ରଭୁ ମହାବୀର ଙ୍କ ଜୟନ୍ତୀ ହେଉ ଥିବାରୁ ପୁରୁଷୋତ୍ତମପୁର ସହର ମଧ୍ୟ ଭାଗ ରେ ଥିବା ହନୁମାନ ମନ୍ଦିର ରେ ହନୁମାନ ଚାଳିଶା ଓ ହୋମ, ଜଜ୍ଞ, ପୁଜା, ପାଠ ବ୍ରାହଣଙ୍କ ଦ୍ୱାରା କରାଯାଇ ପ୍ରସାଦ ବିତରଣ କରାଯାଇଥିଲା। ସକାଳୁ ମନ୍ଦିର ରେ ଦୀପ ଲଗାଇ ହନୁମାନ ଙ୍କ ଚରଣ ରେ ଭକ୍ତ ମାନେ। ଏହାର ମୁଖ୍ୟ ପୂଜାରୀ ପ୍ରଫୁଲ କୁମାର ଦାଶଙ୍କ ତତ୍ୱାବଧାନ ଏବଂ ଅନ୍ୟ ସହରବାସୀଙ୍କ ସଂଯୋଜନାରେ ଏହା କାର୍ଯ୍ୟକାରି ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.