ମଗଧା ଗଉଡ ସମାଜର ସପଥ ଗ୍ରହଣ ସମାରୋହ 

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ଓଡ଼ିଶାରେ ବସବାସ କରୁଥିବା ବିଭିନ୍ନ ଯାଦବଙ୍କ ମଧ୍ୟରେ ‘ମଗଧା ଯାଦବ’ ସଂପ୍ରଦାୟ ଅନ୍ୟତମ। ମଗଧା ଯାଦବଙ୍କ ଏକ ବିସ୍ତୃତ ଇତିହାସ ଓ ପରମ୍ପରା ରହିଛି। ସମାଜକୁ ସୁସଂଗଠିତ କରିବା ସହ ସର୍ବାଙ୍ଗୀନ ଉନ୍ନତି ଲକ୍ଷ୍ୟ ନେଇ କର୍ଯ୍ୟକରି ଆସୁଛି ମଗଧା ଗଉଡ (୧୨୦ ଘର) ସମାଜ, ଓଡ଼ିଶା ପ୍ରଦେଶ। ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ସିନ୍ଧିକୁଲିଆରି ମହାଭାରତ ପଡ଼ିଆ ଠାରେ ମଗଧା ଗଉଡ (୧୨୦ ଘର) ସମାଜ, ଓଡ଼ିଶା ପ୍ରଦେଶ କର୍ମକର୍ତ୍ତାଙ୍କ ସପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ଯାଦବ ସମାଜ ଧର୍ମଗଡ଼ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଯାଦବ ସମ୍ବିଧାନ ଉନ୍ମୋଚନ ସହ ସପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ସଂଯୋଜକ ସତ୍ୟନାରାୟଣ ବିଶି, ଆୟୋଜକ ଅନିରୁଦ୍ଧ ଲହଜଲ, କୃଷ୍ଣଚନ୍ଦ୍ର ଚଣ୍ଡୀ, ନନ୍ଦଲାଲ ବଛା ପ୍ରମୁଖଙ୍କ ତତ୍ବାବଧାନରେ କଳାହାଣ୍ଡି ଜିଲ୍ଲା ସଭାପତି ନଳିନୀ ରଞ୍ଜନ ରାଉତ, ହେମାଙ୍ଗିନୀ ହଂସ, ଶୀତଲ ରାଉତ, ସମ୍ବଲପୁରରୁ ବିରଞ୍ଚି ବାଘ, ନୂଆପଡାରୁ ପ୍ରେମ ସିନ୍ଧୁ ହେର୍ଣ୍ଣା, ନବରଙ୍ଗପୁରରୁ ସଞ୍ଜୁକ୍ତା ବାଘ, ବୌଦ୍ଧରୁ ଦଶରଥ ନାଏକ, ନିକେଶ୍ବର ବାଘ, କୋରାପୁଟରୁ ଦଶରଥ ଗଉଡ, ଝାରସୁଗୁଡାରୁ ନିତ୍ୟାନନ୍ଦ ବଗାର, ସୁରେନ୍ଦ୍ର ବଗାର, କଳାହାଣ୍ଡିରୁ ଆଇନଜୀବୀ ଜହରଲାଲ ବାଗ, ଶିକ୍ଷାବିତ୍ ତରୁଣ ବାଗ ପ୍ରମୁଖ ଉପସ୍ଥିତ ଜନସମୁଦାୟଙ୍କୁ ସମ୍ବୋଧିତ କରିବା ସହ ମଗଧା ଯାଦବ ସମାଜର ବିଭିନ୍ନ ଦିଗନ୍ତ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କୃଷ୍ଣଚନ୍ଦ୍ର ଚଣ୍ଡୀ, ନନ୍ଦଲାଲ ବଛା, ରାଜୁ ଲହଜଲ ପ୍ରମୁଖ ସହଯୋଗ କରିଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.