ମହାସମାରୋହରେ ପାଳିତ ହେଲା ବାବାସାହେବଙ୍କ ଜନ୍ମ ଜୟନ୍ତୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଗୋପାଳପୁରଠାରେ ବିଶ୍ୱରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୩ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଆଞ୍ଚଳିକ ଡମ୍ ସମାଜ ଓ ଅଲ ଓଡିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ, ଗୋବର୍ଦ୍ଧନପୁର ପଞ୍ଚାୟତ ଶାଖାର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ସମାରୋହର ଆରମ୍ଭ ପୂର୍ବରୁ ଅପରାହ୍ନ ୩ଟା ସମୟରେ ଏକ ବିଶାଳ ବାଇକ ଶୋଭାଯାତ୍ରା ଗୋପାଳପୁରରୁ ବାହାରି ପଞ୍ଚାୟତର ନଅଟି ଗାଁ ପରିକ୍ରମା କରି ଉତ୍ସବ ସ୍ଥଳରେ ପହଞ୍ଚିଥିଲା। ଅନୁଷ୍ଠିତ ସଭା ଓ ସମ୍ବର୍ଦ୍ଧନା ପର୍ବକୁ ଉଦଘାଟନ କରିଥିଲେ ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡି। ଏଥିରେ ମୁଖ୍ୟଅତିଥି ଭାବେ ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ମହାସଚିବ ସୂର୍ଯ୍ୟନାରାୟଣ କୁମାର, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ. ବଳଭଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ପ୍ରକାଶ ସାଗର, ଫେଡେରେସନ ଲାଞ୍ଜିଗଡ ବ୍ଲକ ଶାଖାର ସଭାପତି ଜଗଦୀଶ ବେନିଆ, ଯୁବ ବିଭାଗ ସଭାପତି ସୁବାସ ନାଏକ, ସଂଗଠକ ମହେନ୍ଦ୍ର କରୁଆଁ, ସତ୍ୟ ନାଏକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ହାବିଲଦାର ପ୍ରକାଶ ସାଗର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ, ଲିଟିଲ ଫିଙ୍ଗର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ର ପ୍ରଡକ୍ସନ ମ୍ୟାନେଜର ପବିତ୍ର ବାଗଙ୍କୁ ସମ୍ମାନିତ କରାଯାଇଥିଲା। ଫେଡେରେସନର ପଞ୍ଚାୟତ ସଭାପତି ଘାସିରାମ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହକୁ ସୁଶୀଲ କୁମାର ବାଗ ପରିଚାଳନା କରିଥିଲେ। ଏହାପରେ ଅନୁଷ୍ଠିତ ନୃତ୍ୟ ପ୍ରତିଯୋଗିତାକୁ ଗୋପାଳଦାସ ମହାନନ୍ଦ ପରିଚାଳନା କରିଥିଲେ। ଏଥିରେ ଡିଏଲଜି ଡ୍ୟାନ୍ସ ଗ୍ରୁପ, ଧାମନଖୁଣ୍ଟା ପ୍ରଥମ, ଗୌରୀ ସୁନା, ଦ୍ଵିତୀୟ, ଇଷିକା କରୁଆଁ ଓ ଡାଇନାମିକ ଡ୍ୟାନ୍ସ ଗ୍ରୁପ ମିଳିତ ଭାବେ ତୃତୀୟ ସ୍ଥାନ ଗ୍ରହଣ କରି ଅତିଥିମାନଙ୍କଠାରୁ ପୁରସ୍କୃତ ହୋଇଥିଲେ। ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ, ଗୋବର୍ଦ୍ଧନପୁର ପଞ୍ଚାୟତର ସାଧାରଣ ସଂପାଦକ ଯୁଧିଷ୍ଠିର କରୁଆଁ, ଉପଦେଷ୍ଟା ମୋହନ କରୁଆଁ, ରାଜକୁମାର ମଙ୍ଗରାଜ, ଗୁଣସାଗର ସୁନା, ଦୀନ କୁମାର, ବୀରେନ ସୁନା, ଫଟୁ ମହାନନ୍ଦ, ବେନାର ସାଗର, ଗୋପାଳ କରୁଆଁ, ଯୁବ ସଂଗଠକ ବିକ୍ରମ ଛତ୍ରିଆ, ଜଳଧର ସାଗର, ବିକ୍ରମ ବାଗ, ଦିଗାମ୍ବର ଛତ୍ରିଆ, ଭୂଜନ ବାଗ, ରତ୍ନା ବାଗ, ମୋହନ ବାଗଙ୍କ ସମେତ ସମସ୍ତ ସଦସ୍ୟ, ସଦସ୍ୟା ଓ ଗୋବର୍ଦ୍ଧନପୁର ପଞ୍ଚାୟତ ଅଞ୍ଚଳବାସୀ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ଫେଡେରେସନ ବ୍ଲକ ଶାଖା ଦ୍ୱାରା ବିଶ୍ୱନାଥପୁରଠାରେ କଲୋନୀପଡ଼ାରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ ଛକରେ ଥିବା ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଫେଡେରେସନ ବ୍ଲକ ଶାଖାର କାର୍ଯ୍ୟକାରୀ ସଭାପତି ହରିହର କୁମାର, ଯୁବ ସଂଗଠକ ଭକ୍ତ ଗରଡିଆ, ସୁବାସ ହିଆଲ, ମହାନ୍ତି କରୁଆଁ, ଅକ୍ଷୟ ନାଏକ, ଶରତ ନାଏକ ପ୍ରମୁଖ ନେତୃତ୍ୱ ନେଇଥିଲେ। ସେହିପରି ଜଗନ୍ନାଥପୁର ଯୁବକ ସଙ୍ଘ ପକ୍ଷରୁ ବାବାସାହେବଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.