ଶକ୍ତି ମହାନ୍ତି ଓ ହେମନ୍ତ ଦଳପତି ପାଇବେ କବି ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର-୨୦୨୪

ଜୁଲାଇ ୬ରେ ଆୟୋଜିତ ସ୍ମୃତି ଉତ୍ସବରେ ହେବେ ସମ୍ମାନିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ କାବ୍ୟ କବିତା କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ପ୍ରତିଭାବାନ ଯୁବପିଢ଼ିର ଦୁଇ ସୁଖ୍ୟାତ କବି ଡକ୍ଟର ଶକ୍ତି ମହାନ୍ତି ( ଜନ୍ମ – ୧୯୭୪) ଏବଂ ହେମନ୍ତ ଦଳପତି ( ଜନ୍ମ ୧୯୭୪) ୨୦୨୪ ବର୍ଷ ପାଇଁ କବି ଚନ୍ଦ୍ର କୁମାର ମହାନ୍ତି ଯୁବପ୍ରତିଭା କବିତା ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ସ୍ମୃତି କମିଟି ପକ୍ଷରୁ ଏକ ବିବୃତିରେ ଆବାହକ କୃଷ୍ଣ କୁମାର ମହାନ୍ତି ଓ ଉତ୍ପଳ ମହାନ୍ତି ଜଣାଇଛନ୍ତି।

Omkar Vasthu
Omkar Vasthu

ଆଗାମୀ ୦୬.୦୭.୨୦୨୪, ଶନିବାର ଦିନ ସଂଧ୍ୟା ୬ଟାରେ ବାଲେଶ୍ଵର ସ୍ଥିତ ଭେନିଆ ପାରାଡାଇଜ୍ ସଭାଘରେ ଅନୁଷ୍ଠିତ ହେବାକୁ ଥିବା ୮ମ ସ୍ମୃତି ଉତ୍ସବରେ ଏହି ସମ୍ମାନ ଅର୍ପଣ କରାଯିବ। କବି ଶକ୍ତି ମହାନ୍ତି ଓ କବି ହେମନ୍ତ ଦଳପତି ଓଡ଼ିଆ କବିତାର ଜଣେ ଜଣେ ପ୍ରତିଶ୍ରୁତିବଦ୍ଧ କବି ଭାବରେ ସ୍ୱୀକୃତ ଅଟନ୍ତି। କବିତା ସର୍ଜନା କ୍ଷେତ୍ରରେ ଉଭୟେ ସକ୍ରିୟ ଥିବା ବେଳେ ଶକ୍ତି ସାମାଜିକ ପ୍ରତିବଦ୍ଧତା ସାଙ୍ଗକୁ ସମ୍ପର୍କ ଓ ସମାଜର ସହାବସ୍ଥାନକୁ ନେଇ କବିତା ଲେଖୁଥିବା ବେଳେ ହେମନ୍ତ ବଞ୍ଚିତ ମଣିଷର ଆର୍ତ୍ତ ଓ ଅସହାୟତାକୁ ନେଇ କବିତା ଲେଖି ନୂଆ କାବ୍ୟ ପରମ୍ପରା ସୃଷ୍ଟି କରିଛନ୍ତି। ଉଭୟେ ଏକାଧିକ କବିତା ସଂକଳନର ସ୍ରଷ୍ଟା।

Pearl dental clinic
Near Ashish Medical Store, Bhawanipatna

ଏଠାରେ ସୂଚନାଯୋଗ୍ୟ ଯେ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ସ୍ମୃତିରେ ୨୦୧୮ ମସିହା ଠାରୁ ୫୦ ବର୍ଷରୁ କମ୍ ବୟସ ସୀମାର
ଜଣେ ଯୋଗ୍ୟ ଯୁବ ପ୍ରତିଭାଙ୍କୁ ମନୋନୀତ କରାଯାଇ ଏହି
ସ୍ମୃତି ସମ୍ମାନ ପ୍ରଦାନ କରାଯିବାକୁ ସ୍ମୃତି କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ଏ ସମ୍ମାନ ପୂର୍ବ ବର୍ଷମାନଙ୍କରେ କବି ପ୍ରତୀକ୍ଷା ଜେନା, କବି ସରୋଜ ବଳ, କବି ଶୁଭଶ୍ରୀ ଲେଙ୍କା, କବି କିଶୋର ପାଣିଗ୍ରାହୀ, କବି ଲିପିକା ଦାସ, କବି ଅଙ୍ଗୁରବାଳା ପରିଡା ଓ କବି ମନୋଜ କୁମାର ମେହେର୍ ପ୍ରମୁଖ ଗ୍ରହଣ କରିଛନ୍ତି।

Udyog Nursery
Udyogi Nursery

ଏ ଅବସରରେ ଚଳିତ ବର୍ଷ ଏହି ପୁରସ୍କାର ପାଇବାକୁ କବି ଶକ୍ତି ମହାନ୍ତି ଓ କବି ହେମନ୍ତ ଦଳପତି ମିଳିତ ଭାବେ ମନୋନୀତ ହୋଇଥିବା ଘୋଷଣା କରାଯାଇ ସ୍ମୃତି କମିଟି ପକ୍ଷରୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଜୁଲାଇ ୬ରେ ହେବାକୁ ଥିବା ସ୍ମୃତି ଉତ୍ସବରେ କବି ଉତ୍ପଳ ମହାନ୍ତିଙ୍କ କବିତା ପୁସ୍ତକ ‘ଆମଲେଟ୍ : ଏକ ଭ୍ରୁଣହତ୍ୟାର କଥା’ ଲୋକାର୍ପିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ସ୍ମୃତି ସଂସଦ ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.