ନର୍ଲା ବ୍ଲକ ପ୍ରଶାସନ ତରଫରୁ ଭୋଟର୍ସ ସଚେତନତା କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟ ସରକାରଙ୍କ ତରଫରୁ ସାରା ରାଜ୍ୟରେ ଗତ ମଙ୍ଗଳବାର ଠାରୁ ଭୋଟର୍ସ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ନର୍ଲା ବ୍ଲକ ପ୍ରଶାସନ ତରଫରୁ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କ ନେତୃତ୍ୱରେ ଗୁରୁବାର ଭୋଟର୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡିରେ ପ୍ରତିଥର ନିର୍ବାଚନ ବେଳେ ସଚେତନତା ଅଭାବରୁ ଅନେକ ଭୋଟର୍ସ ପ୍ରଚଣ୍ଡ ରୌଦ୍ରତାପ, ଖାମଖିଆଲି ମନୋଭାବ ଯୋଗୁଁ ନିଜର ମୌଳିକ ଅଧିକାର ଗଣତନ୍ତ୍ରର ମହାପର୍ବ ଭୋଟଦାନକୁ ଅଣଦେଖା କରି ଭୋଟ ଦେବାପାଇଁ ଯାଇନଥାନ୍ତି। ଏଣୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ବାଚନ ପୂର୍ବରୁ ଏହି ସଚେତନତା କାର୍ଯ୍ୟକ୍ରକୁ ଗୁରୁତ୍ୱ ଦିଆଯାଇଛି। ଏହି କ୍ରମରେ ନର୍ଲା ବିଡିଓ ଶ୍ରୀ ସୁନାଙ୍କ ନେତୃତ୍ୱରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ, ନର୍ଲା ତହସିଲଦାର ବିଶ୍ୱନାଥ କଅଁର, ସେକ୍ସନ ଅଫିସର ଦିଗ ପଧାନ, ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ରବି ନାଏକ, ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ଷୀର ରଣା, ମଧୁ ନାଏକ, ଜଗଜ୍ଜୀବନ ସାହୁ, କୃଷ୍ଣଚନ୍ଦ୍ର ସାହୁ, ସହଶ୍ରାଂଶୁ ମିଶ୍ର, ଜିତେନ୍ଦ୍ର ଯୋଶୀଙ୍କ ସମେତ ବ୍ଲକ ଅଧିନସ୍ଥ ସମସ୍ତ ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ, ସମସ୍ତ ଜିଆରଏସ, ଯୋଗାଣ ସହାୟକ, ବ୍ଲକର ସମସ୍ତ ଷ୍ଟାଫ ଶୃଙ୍ଖଳିତ ଭାବରେ ନର୍ଲା ବ୍ଲକ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଭୋଟ ପ୍ରଦାନ ସମସ୍ତ ନାଗରିକଙ୍କ ମୌଳିକ ଅଧିକାର, ସେଥିରୁ ଆମେ ବଞ୍ଚିତ ହେବା ନାହିଁ, ମଇ ୧୩ ପାଇଁ ହୁଅ ପ୍ରସ୍ତୁତ। ସମସ୍ତେ ଭୋଟ ଦାନ କରି ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବା ଭଳି ବିଭିନ୍ନ ନାରା ଦେଇ ନର୍ଲା ଚାରିଛକ ପର୍ଯ୍ୟନ୍ତ ଯାଇ ସେଠାରୁ ନର୍ଲା ବସ୍ତି ପରିକ୍ରମା କରି ଜନସଚେତନତା ସୃଷ୍ଟି କରିଥିଲେ। ନର୍ଲା ବିପିସି (ଆରଏଚ) ଭୋଳାନାଥ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.