ଲାଞ୍ଜିଗଡରୋଡ଼ ଠାରେ କଂଗ୍ରେସର ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଚଳିତ ସାଧାରଣ ନିର୍ବାଚନକୁ ନେଇ କଳାହାଣ୍ଡିର ରାଜନୀତି ସରଗରମ ଥିବା ବେଳେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ଘଡିକେ ଘୋଡା ଛୁଟୁଛି। ଲାଞ୍ଜିଗଡ଼ ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଭାବେ ହେଭିୱେଟ ନେତା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ମୈଦାନକୁ ଓହ୍ଲାଇଛନ୍ତି। ସେ ତାଙ୍କ ମାରାଥନ୍ ନିର୍ବାଚନୀ ପ୍ରଚାର ଚଲାଇ ଜନତାଙ୍କ ପ୍ରୀୟଭାଜନ ହୋଇ ପାରିଛନ୍ତି। ଆଜି ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଞ୍ଜିଗଡ଼ରୋଡ଼ ଠାରେ ପାଞ୍ଚଟି ପଞ୍ଚାୟତକୁ ନେଇ ଏକ ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଞ୍ଚୋଟି ପଞ୍ଚାୟତରୁ ୫୦ରୁ ଉର୍ଦ୍ଧ ବିଜେଡ଼ି, ବିଜେପି ଓ ଆମଆଦମୀ ପାଟିରୁ ୫୦ରୁ ଉର୍ଦ୍ଧ୍ୱ କର୍ମୀ ମାନେ ନିଜ ଦଳଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି। ପାଞ୍ଚୋଟି ପଞ୍ଚାୟତର ସ୍ଥାନୀୟ ନେତା ଓ କର୍ମୀ ଲାଞ୍ଜିଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଡ଼. ବଳଭଦ୍ର ମାଝୀଙ୍କ ଉପସ୍ଥିତିରେ ଲାଞ୍ଜିଗଡ଼ରୋଡ଼ ନିର୍ବାଚନୀ ସଭାରେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ଡ଼. ମାଝୀ ଦଳୀୟ ନେତୃ ମଣ୍ଡଳୀ ନୂତନ କର୍ମୀ ମାନଙ୍କୁ ପୁଷ୍ପଗୋଚ୍ଛ ଏବଂ କଂଗ୍ରେସ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ।କଂଗ୍ରେସରେ ଯୋଗଦେଇଥିବା କର୍ମୀମାନେ ତୃଣମୂଳ ସ୍ତରକୁ ମଜବୁତ କରିବା ପାଇଁ ଶପଥ ନେଇଥିବାବେଳେ ରାଜ୍ୟ ନେତୃତ୍ୱରେ ବିଶ୍ୱାସ ସ୍ଥାନୀୟ ନେତୃ ମଣ୍ଡଳୀଙ୍କ ସାଙ୍ଗଠନିକ ଦକ୍ଷତା ଓ ସର୍ବପରି ନିର୍ମଳ ଭାବ ମୂର୍ତ୍ତି ସମ୍ପନ୍ନ ଓ ଏମାଟିର ଯୋଗ୍ୟ ସନ୍ତାନ ପ୍ରାର୍ଥୀ ଡ଼. ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ଆକର୍ଷିତ ହୋଇ ଏହି ଦଳରେ ଯୋଗ ଦେଇଥିବା କହିଛନ୍ତି। ଏଥିରେ ବରିଷ୍ଠ କଂଗ୍ରେସ ନେତା ମନୋଜ ରାଉତ, ଟି ପ୍ରଭାକର ରାଓ, ପୂର୍ଣ୍ଣଚନ୍ଦ୍ର ରାଉତ, ସନ୍ତୋଷ ତୁଳ, ଗୋପାଳ ଦାସ ମହାନନ୍ଦ, ଗୋପାଳ ଖୁରା, କୈନୁଜ ରାଉତ, କେଶବଚନ୍ଦ୍ର ବାରିକ, ବଡ଼ ବଗର୍ତି, ଅଶୋକ ପରିଡ଼ା, ଯୁବନେତା ବିପୁଳ ରାଉତଙ୍କ ସମେତ କଂଗ୍ରେସ ନେତାମାନେ ଉପସ୍ଥିତ ରହିଥିଲେ। ଆଜିର ମିଶ୍ରଣ ପର୍ବରେ ବିଜେଡି ବରିଷ୍ଠ ନେତା ଦୀପକ କୁମାର ମହାପାତ୍ର, ଲାଞ୍ଜିଗଡ଼ରୋଡ ପୂର୍ବତନ ସରପଞ୍ଚ ତଥା ଜିଲ୍ଲାପରିଷଦ ସଦସ୍ୟ ଟଙ୍କଧର ମାଝୀ, ଗୋବର୍ଦ୍ଧନପୁର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ବିଜେଡ଼ି ନେତା କେ. ବୈକୁଣ୍ଠ ରାଜୁ, ଡମ୍ବରୁଧର ମାଝୀ, ପ୍ରସନ୍ନ କୁମାର ପରିଡା, ବସନ୍ତ ନାଏକ, ଜୟ ମାଝୀ, ମଙ୍ଗୁଲୁ ମାଝୀ ନିରାକାର ବୁଦ୍ଧିଆ, କରନ ଗୌଡ଼, ଦୁର୍ବାସା ମାଝୀଙ୍କ ସମେତ ୫୦ରୁ ଉର୍ଦ୍ଧ କର୍ମୀ କଂଗ୍ରେସରେ ସାମିଲ ହୋଇଥିବା ଜଣାପଡ଼ିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.