ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ଅଧିନସ୍ଥ ମ.ରାମପୁର ରେଞ୍ଜ ଅଧୀନ ଟାପରାଙ୍ଗ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ପୋଡ଼ି ଉଦ୍ୟମ କରୁଥିବା ବେଳେ ବନ କର୍ମଚାରୀଙ୍କ ଦ୍ଵାରା ଧରା ପଡ଼ିଛି ଜଣେ ବ୍ୟକ୍ତି। କାଠ ପୁଲିଆ ଗ୍ରାମର ମୁକୁଡ଼ି ମାଝୀ (୫୨)ଙ୍କୁ ଜଙ୍ଗଲ ଭିତରୁ ଧରି ବନ ବିଭାଗ କୋର୍ଟ ଚାଲାଣ କରିଛି। ଏଠାରେ ସୂଚନା ଥାଉ କି, ଗୋଟିଏ ସପ୍ତାହ ଭିତରେ ମ.ରାମପୁର ରେଞ୍ଜ ଅଧୀନରେ ଦୁଇ ଜଣ ବ୍ୟକ୍ତି ନିଆଁ ଲଗାଇ ଜଙ୍ଗଲ ନଷ୍ଟ କରୁଥିବା ଅବସ୍ଥାରେ ପେଟ୍ରୋଲିଂ ସମୟରେ ବନ କର୍ମଚାରୀଙ୍କ ଦ୍ଵାରା ଧରା ପଡିଛନ୍ତି। କେହି ଜଙ୍ଗଲରେ ନିଆଁ ନ ଲଗାଇବାକୁ ବନ ବିଭାଗ ତରଫରୁ ନିବେଦନ କରାଯାଇଛି।