ଓଡ଼ିଶାରେ ବିଜେପି ସରକାର ଗଠନ ନେଇ ପୁଣି ଦମ୍ଭୋକ୍ତି ଦେଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଖବର ସରବରାହ ସଂସ୍ଥା ANIକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି- ଓଡ଼ିଶାର ଭାଗ୍ୟ ବଦଳିବ, ସେଠାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି । ୨୫ ବର୍ଷରେ ଓଡ଼ିଶାରେ କୌଣସି ପ୍ରଗତି ହୋଇନି । ସବୁଠୁ ଚିନ୍ତାର ବିଷୟ, ଓଡ଼ିଶାର ପୂରା ବ୍ୟବସ୍ଥାକୁ ବନ୍ଧକ ରଖାଯାଇଛି । ଓଡ଼ିଶା ସେହି ବନ୍ଧନରୁ ବାହାରିଲେ ସମୃଦ୍ଧ ହେବ । ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର, କିନ୍ତୁ ଲୋକେ ଗରିବ । ଏଥିପାଇଁ ରାଜ୍ୟ ସରକାର ଦାୟୀ, ଲୋକଙ୍କୁ ନ୍ୟାୟ ମିଳୁନି ବୋଲି କହିଲେ ମୋଦି ।ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ସରକାର ଗଠନ ନେଇ ଦମ୍ଭୋକ୍ତି ଦେଖାଉଥିବା ବେଳେ ଅନ୍ୟପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶାରେ ବିଜେଡି ଷଷ୍ଠଥର ସରକାର ଗଢିବ ବୋଲି କହି ଆସୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.