ଭବାନୀପାଟଣାରେ ବାଜି ମାରିଲା କଂଗ୍ରେସ: ୧୩ ହଜାରରୁ ଉର୍ଦ୍ଧ୍ଵ ଖଣ୍ଡ ଭୋଟରେ ଜିତିଲେ ସାଗର ଦାସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସଦର ଆସନରୁ କଂଗ୍ରେସ ପ୍ରାର୍ଥୀ ସାଗର ଚରଣ ଦାସ ବିଜୟୀ ହୋଇଛନ୍ତି। ୧୩ ହଜାର ୭୪୧ ଭୋଟରେ ବିଜୟୀ ହେଲେ ସାଗର। ବିଜେପି ପ୍ରାର୍ଥୀ ପ୍ରଦୀପ୍ତ କୁମାର ନାଏକ ପରାସ୍ତ। ଭବାନୀପାଟଣା ସଦର ଆସନ ୨୦୧୯ରେ ବିଜେପି ହାତରେ ରହିଥିଲା, ପ୍ରଦୀପ୍ତ ହୋଇଥିଲେ ବିଧାୟକ। ହେଲେ ୨୦୨୪ ନିର୍ବାଚନରେ ବାଜି ମାରିନେଲା କଂଗ୍ରେସ। ଆଉ ଏହି ଆସନରେ ଏବେ ବିଜୟୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ସାଗର ଚରଣ ଦାସ। କଂଗ୍ରେସର ସାଗର ଚରଣ ଦାସ ୬୭୦୮୫ ଭୋଟ ପାଇଥିବାବେଳେ ବିଜେପିର ପ୍ରଦୀପ୍ତ କୁମାର ନାଏକ ୫୩୩୪୪ ଭୋଟ ପାଇଛନ୍ତି। ଏଥର ଭବାନୀପାଟଣାରେ ତିନି ନମ୍ବରକୁ ଖସି ଆସିଛି ବିଜେଡ଼ି। ବିଜେଡ଼ି ପ୍ରାର୍ଥୀନୀ ଲଲିତା ନାଏକ ୫୦୮୯୭ ଭୋଟ ପାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.