ସୋନପୁର ଥାନାରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ସଚେତନତା ଶିବିର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଏଣିକି ନୂଆଁ ଆଇନରେ ଅପରାଧୀକୁ ବା ସଧାରଣ ଲୋକଙ୍କୁ ଆଉ ଦଣ୍ଡ ନୁହେଁ, ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ଵ ଦିଆଯିବ। ପ୍ରଯୁକ୍ତି ବିଦ୍ୟା ଓ ବୈଜ୍ଞାନିକ ଜ୍ଞାନ କୌଶଳର ଅଗ୍ରଗତି ସହିତ ନୂଆଁ ଧରଣର ଅପରାଧକୁ ଦୃଷ୍ଟିରେ ରଖି ଆଜି ଦେଶରେ ନୂଆଁ ତିନୋଟି ଆଇନ ପ୍ରଣୟନ ର ଶୁଭାରମ୍ଭ ହୋଇଛି। ଯାହାକି ସମାଜର ଗରିବ ଅବହେଳିତ ଓ ସମ୍ବେଦନଶୀଳ ବର୍ଗଙ୍କୁ ଅଧିକ ସୁରକ୍ଷା ଦେବାରେ ସହାୟକ ହେବ ବୋଲି ଆଜି ସୋନପୁର ଥାନାରେ ଏକ ସଚେତନତା ସଭାରେ ନୂତନ ଭାବେ ଯୋଗଦାନ କରିଥିବା ଥାନା ଅଧିକାରୀ ରମେଶ କୁମାର ମାହାଣା ପ୍ରକାଶ କରିଛନ୍ତି। ଏବଂ ଏ ସମସ୍ତ ନୂଆଁ ଆଇନ ବିଷୟରେ ସଭାରେ ଉପସ୍ଥିତ ସହର ର ସମସ୍ତ ଅନୁଷ୍ଠାନର ସଦସ୍ୟ, ସ୍ବେଚ୍ଛାସେବୀ, ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକଙ୍କୁ ସେ ବିସ୍ତାର ଭାବେ ବୁଝାଇଥିଲେ। ଆମ ପୋଲିସ କମିଟିର ବରିଷ୍ଠ ସଦସ୍ୟ ଶ୍ରୀବତ୍ସ ମଲ୍ଲିକ, ପୁରୋଷୋତ୍ତମ ପାଣିଗ୍ରାହିଙ୍କ ସମେତ ବଣିକ ସଂଘର ବରିଷ୍ଠ ସଦସ୍ୟ ଗୁଣନିଧି ମେହେର, ଜୟ କୃଷ୍ଣ ସା, ସଞ୍ଜୟ ରାଏ, କାଉନସିଲର ପୀୟୂଷ ପଣ୍ଡା, ଗଙ୍ଗା ତରିଆ, ବରିଷ୍ଠ ନାଗରିକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ପ୍ରମୁଖ ବୁଢ଼ାରଜା, ରମଧୁନ୍ କ୍ଳବ୍ ସମେତ ସହର ର ସମସ୍ତ କ୍ଳବ୍ ଓ ଅନୁଷ୍ଠାନ ର ସଦସ୍ୟ ସଭାରେ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.