ନୂଆ ଆଇନ ସମ୍ପର୍କୀୟ ସଚେତନତା ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବ୍ରିଟିଶ ଅମଳର ପୁରୁଣା ଆଇନ ବିଲୋପ ଘଟିବା ସହ ସୋମବାର ଠାରୁ ଦେଶରେ ନୂଆ ପୁଲିସ ଆଇନ୍ କାର୍ଯ୍ୟକାରୀ ହୋଇଛି। ଏହି କ୍ରମରେ ଆଜି କୋକସରା ଥାନା ପକ୍ଷରୁ ଏହି ଆଇନ୍ ସମ୍ପର୍କୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଥାନା ଅଧିକାରିଣୀ ରନିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନାଗରିକ, ଆଇନଜୀବୀ ସମେତ ସାଧାରଣ ଲୋକେ ଏହି ସଭାରେ ଯୋଗ ଦେଇଥିଲେ। ତେବେ ଦେଶରେ ଲାଗୁ ହୋଇଥିବା ନୂଆ ପୁଲିସ ଆଇନ୍ ର କାର୍ଯ୍ୟକାରୀତା ସମ୍ପର୍କରେ ଆଲୋଚନା କରିବା ସହ ଜନ ସାଧାରଣଙ୍କୁ ସଚେତନତା କରାଯାଇଥିଲା। ସେହିପରି ଆମପାଣି ଥାନା ପକ୍ଷରୁ ମଧ୍ୟ ଥାନା ଅଧିକାରୀ ଗଙ୍ଗାଧର ମେହେରଙ୍କ ଅଧ୍ୟକ୍ଷତାରେ ନୂତନ ଅପରାଧୀକ ଆଇନର କାର୍ଯ୍ୟକାରିତା ଉପରେ ସଚେତନତା ଓ ଆଲୋଚନା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.