ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଆନୁକୂଲ୍ୟରେ ଭବାନୀପାଟଣା ବନାଞ୍ଚଳ ଅଧୀନସ୍ଥ ଭଟ୍ଟାଙ୍ଗପଦର ସେକ୍ସନର ଗୁଡ଼ିଆଳିପଦର ଉଚ୍ଚ ବିଦ୍ୟାଳୟ ଚଳିତବର୍ଷ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଉକ୍ତ ବନ ମହୋତ୍ସବ ଅବସରରେ ବିଦ୍ୟାଳୟରେ ଏକ ସଭାର ଆୟୋଜନ ସହିତ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନୟନ ଅଧିକାରୀ ଭବାନୀପାଟଣା ଚନ୍ଦନ କୁମାର ଭୋଇ, ବିପିଏମ ପଙ୍କଜିନୀ ତରାସୁଆ ଯୋଗ ଦେଇଥିଲେ। ଭଟାଙ୍ଗପଦର ସେକ୍ସନର ବନପାଳ ଭାଗବତ ବେହେରା, ବନରକ୍ଷୀ ବିଷ୍ଣୁ ଚରଣ ପାଢ଼ୀ, ବନରକ୍ଷୀ ମାନସ ସାହୁ ଏବଂ ବନରକ୍ଷୀ ମାନସ ବିଶ୍ୱାଳ ତଥା ଗୁଡ଼ିଆଳିପଦର ବ.ସ.ସ.ର ସଭ୍ୟ /ସଭ୍ୟା ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା ଏବଂ ପରିବେଶ ରକ୍ଷା ତଥା ବୃକ୍ଷ ରୋପଣର ଲକ୍ଷ୍ୟ ଉଦ୍ଧେଶ୍ୟ ଦିଗରେ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ଆମ ଜଙ୍ଗଲ ଯୋଜନାର କର୍ମକର୍ତ୍ତା ସୁବାସ ଚନ୍ଦ୍ର ନାଏକ, ଉମେଶ ଚନ୍ଦ୍ର ଗଉଡ଼, ସୁନୀଲ ରଣା ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ, ଗୁଡ଼ିଆଳିପଦର ଗ୍ରାମ ପଞ୍ଚାୟତର ଏମବିକେ, ସିଆରପି ଏବଂ ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।




