ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଭବାନୀପାଟଣାଠାରେ ‘ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦ’ କୋକସରାର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୁବ ସାହିତ୍ୟିକ ଟିକେମଣି ବୁଧିଆଙ୍କୁ ‘ନବ ପ୍ରତିଭା’ ସମ୍ମାନରେ ସମ୍ମାନିତ କରାଯାଇଛି। ଶ୍ରୀ ବୁଧିଆଙ୍କ କବିତା ଗୁଡ଼ିକରେ ବାସ୍ତବିକତା କଥା ଦେଖିବାକୁ ମିଳେ, ଯାହା ପାଠକଙ୍କୁ ଆକୃଷ୍ଟ କରିପାରିଥାଏ। ତେବେ ଅଧ୍ୟାପକ ମୋହନ ଚରଣ ବିଶି ଉକ୍ତ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବା ବେଳେ ଅନେକ ବିଶିଷ୍ଟ ସାହିତ୍ୟିକମାନେ ଅତିଥି ଭାବରେ ମଞ୍ଚାସିନ ଥିଲେ। ଏହି ଅବସରରେ ଅନେକ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା।




