ବ୍ଲକସ୍ତରୀୟ ଶାରୀରିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବାର୍ଷିକ ସମ୍ମିଳନୀ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ବାଳିକା ବିଦ୍ୟାଳୟ ପରିସରରେ ଶାରୀରିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ବାର୍ଷିକ ସମ୍ମିଳନୀ ମହାସମାରୋହରେ  ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବରେ ସଇଁତଲା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନାୟକ କୁମ୍ଭାର ଯୋଗଦାନ କରି ଶିକ୍ଷକ ଶିକ୍ଷୟତ୍ରୀମାନେ ଯେପରି ଛାତ୍ର ଛାତ୍ରୀମାନଙ୍କୁ ଉଚ୍ଚମାନର କ୍ରୀଡା ଉପରେ ଶିକ୍ଷା ଦେବେ ସେ ଉପରେ ଧ୍ୟାନ ଦେବା ପାଇଁ ଆହ୍ୱାନ ଦେଇଥିଲେ।

ଏହି ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ବ୍ଲକସ୍ତରୀୟ ଖେଳକୁଦ ହେବ। ଏହା ସହିତ ବ୍ଲକରେ ୬ ଗୋଟି ପ୍ରତିଯୋଗିତା କେଉଁଠି ହେବ ତା’ର ସ୍ଥାନ ଓ ତାରିଖ ଉପରେ ଆଲୋଚନା ହୋଇଥିଲା। ଏଥିରେ ବ୍ଲକ ସମ୍ପାଦିକା ରଞ୍ଜିତା ମିଶ୍ର ବାର୍ଷିକ ବିବରଣୀ ଓ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ସମ୍ବିଳନୀରେ ବ୍ଲକର ୨୮ ଗୋଟି ବିଦ୍ୟାଳୟ ଓ ୩ ଗୋଟି କଲେଜର ଶାରୀରିକ ଶିକ୍ଷକ ଶିକ୍ଷୟତ୍ରୀମାନେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.