ଲାଞ୍ଜିଗଡ଼ ପଞ୍ଚାୟତ ସମିତିର ଅଷ୍ଟମ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ସଭିଗୃହରେ ଶୁକ୍ରବାର ବ୍ଲକସ୍ତରୀୟ ପଞ୍ଚାୟତ ସମିତିର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ବୈଠକରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ତହସିଲଦାର କିରଣ କୁମାର ମହାନ୍ତି,  ବିଡିଓ ଶଶାଙ୍କ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଜିପିଇଓ ପ୍ରଦୀପ ଠାକୁର କାର୍ଯ୍ୟକ୍ରମଟିକୁ ପରିଚାଳନା କରିବା ସହ ମୁଖ୍ୟତଃ ପୂର୍ବ ବୈଠକ ବିବରଣୀ ପଠନ ଓ ଅନୁମୋଦନ, ଗ୍ରାମୀଣ ଆବାସ ଯୋଜନା, ପାନୀୟ ଜଳ ଓ ପରିମଳ, ମନରେଗା, ଜଙ୍ଗଲ ଓ ପରିବେଶ, ଶିକ୍ଷା, ସ୍ବାସ୍ଥ୍ୟ, ମିଶନଶକ୍ତି, ସାମାଜିକ ସୁରକ୍ଷା ଓ ବିଭିନ୍ନ ସମସ୍ୟା ଆଲୋଚିତ ହୋଇଥିଲା।ନିଜ ପଞ୍ଚାୟତର ବିଭିନ୍ନ ସମସ୍ଯା ନେଇ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମାନେ ଉପସ୍ଥାପନ କରିଥିଲେ।

ବୈଠକରେ ମୁଖ୍ୟତଃ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚରମ ଅବହେଳା ଯୋଗୁଁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିବା ଘଟଣା, ବିଜେପୁର ପ୍ରଧାନୀ ପଡ଼ାରେ ବର୍ଷ ବର୍ଷ ଧରି ଦୂଷିତ ପାଣି ପିଉଥିବା ନେଇ ଆଜି ଶତାଧିକ ମହିଳା ମାନଙ୍କ ବୈଠକରେ ଅଭିଯୋଗ ଆଦି ମୁଖ୍ୟ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ, ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ ବଳିୟାର ସିଂ, ବିଏସଏସଓ ଅରବିନ୍ଦ ମହାପାତ୍ର, ଏପିଓ ସଞ୍ଜିତ କୁମାର ପରିଡା, ଶିକ୍ଷା ବିଭାଗ,ସ୍ୱାସ୍ଥ୍ୟ ବିଭାଗ,କୃଷି ବିଭାଗ,ବନ ବିଭାଗ ସମେତ ବିଭିନ୍ନ ବିଭାଗୀୟ ବ୍ଳକ କର୍ମଚାରୀ ଓ ବ୍ଳକ ୨୬ଟି ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.