ତିଳଯୋଡି ଠାରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଗଣ୍ଡବାରଝୋଲା ପଞ୍ଚାୟତ ତିଳଯୋଡି ଗ୍ରାମର ଯେଏସଏସ କମ୍ପୁଟର ସେଣ୍ଟର ଠାରେ ଖୁସି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇ ଯାଇଛି। ଟ୍ରଷ୍ଟର ସଭାପତି ଯଶୋବନ୍ତ ରଣା, କୋଷାଧକ୍ଷ ତୋଫାନ ମାଝୀ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଦ୍ରୁତ ଗତିରେ ଜନସଂଖ୍ୟା ବୃଦ୍ଧି କୁପରିଣାମ ବିଷୟରେ ବିଶ୍ୱବାସୀଙ୍କୁ ଅବଗତ କରିବା ଉଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ପରିବାର ଯୋଜନା, ଲିଙ୍ଗଗତ ସମାନତା, ଦାରିଦ୍ୟ, ମାତୃ ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର ସମେତ ବିଭିନ୍ନ ଜନସଂଖ୍ୟା ସମନ୍ଧୀୟ ବିଷୟରେ ସଚେତନ କରିବା ଜନସଂଖ୍ୟା ଦିବସର ମୂଳ ଉଦେଶ୍ୟ। ବର୍ତମାନ ଭାରତରେ ଦିନକୁ ଦିନ ଜନସଂଖ୍ୟା ବଢିବାରେ ଲାଗିଛି। ଆଗାମୀ ଦିନରେ କିପରି ଏହି ସମସ୍ୟାକୁ ରୋକାଯାଇପାରିବ ସେ ବିଷୟରେ ଅତିଥିମାନେ ଉପସ୍ଥିତ ଯୁବ ଗୋଷ୍ଟିଙ୍କୁ ଆଲୋକପାତ କରିଥିଲେ। ନିରୁପମା ଦୁର୍ଗା ସଭା ପରିଚାଳନା କରିଥିଲେ। ପରେ ଉପସ୍ଥିତ ଯୁବକ ଯୁବତୀ, ଗ୍ରାମବାସୀ, ମହିଳା ସଂଗଠନର ମା ମାନଙ୍କୁ ନେଇ ଏକ ରେଲି ଅନୁଷ୍ଠିତ ହୋଇଥିଲା। ଶେଷରେ ଏକ ସପଥପାଠ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ବଢୁଥିବା ଜନସଂଖ୍ୟାକୁ ରୋକିବାପାଇଁ ସମସ୍ତେ ଶପଥ ନେଇଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.