ନାବାର୍ଡ ପ୍ରତିଷ୍ଠା ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଗଣ୍ଡବାରଝୋଲା ଠାରେ ନାବାର୍ଡ ପ୍ରତିଷ୍ଠା ଦିବସ ଅବସରରେ ଏ.ଏଫ.ସି ଜିଲ୍ଲା ପରିଚାଳକ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ତ୍ବତବଧାନରେ ନାବାର୍ଡ ସହାୟତାରେ ଏ.ଏଫ.ସି ମାଧ୍ୟମରେ କରାଯାଉଥିବା ଆଦିବାସୀ ୱାଡି ପ୍ରକଳ୍ପ ମିଶ୍ରିତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାବାର୍ଡ ଡ଼ି.ଡ଼ି.ଏମ  ମହେଶ୍ୱର ଦାସ, ଗଣ୍ଡବାରଝୋଲା ସରପଞ୍ଚ ମୁରଲୀ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ବର୍ତମାନ ରାସ୍ତା ଓସାର, ବିଭିନ୍ନ କଳକାରଖାନା ସ୍ଥାପନ ପାଇଁ ଅନେକ ବୃକ୍ଷକୁ ହାଣି ଦିଆଯାଉଛି। ଫଳରେ ଗଛ ସଂଖ୍ୟା ଦିନକୁଦିନ କମିବାରେ ଲାଗିଛି। ଏହାର ପ୍ରଭାବରେ ବର୍ତ୍ତମାନ ଜଳବାୟୁ ପରିବର୍ତନ ସହ ବର୍ଷା କମି ଯାଉଛି। ଲୋକେ ସଠିକ ଅମ୍ଳଜାନ ପାଇବାରୁ ମଧ୍ୟ ବଂଚିତ ରହୁଛନ୍ତି। ଏଣୁ ଆମେ ସମସ୍ତେ ଏବେଠାରୁ ସଜାଗ ହୋଇ ପ୍ରତି ବ୍ୟକ୍ତି ଅନ୍ୟୁନ୍ୟ ୧୦ ଟି ଲେଖାଏ ଗଛ ଲଗେଇ ନୂତନ ଜଙ୍ଗଲ ସୃଷ୍ଟି କରିବାପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ଗାଁରୁ ମହିଳା ସଂଗଠନ, ସିଆରପି, କୃଷକ ପ୍ରାୟ ୬୦ ରୁ ଉର୍ଦ୍ଧ୍ୱ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ “ମା କେଁ ନାମ ପେ ଏକ ପେଡ” କାର୍ଯ୍ୟକ୍ରମ ମାଧ୍ୟମ ରେ ଆମ୍ବ, ନିମ୍ବ, ସିପ ଓ ଶିଷ ଭଳି ବିଭିନ୍ନ ପ୍ରଜାତିର ୨୦ ରୁ ଉର୍ଧ୍ଵ ଗଛ ରୋପଣ କରାଯାଇଥିଲା l ଏହି ବର୍ଷ ଗଣ୍ଡବାରାଝୋଲା ପଞ୍ଚାୟତ ରେ ୧୦୦୦ ଆମ୍ବ ଚାରା ରୋପଣ ପାଇଁ ନାବାର୍ଡ ପକ୍ଷରୁ ସ୍ଥିର କରାହେଇଛି। ଏହି ପରିପ୍ରେକ୍ଷୀରେ ବହୁତ ପରିମାଣ ରେ ଗଛ ଲଗେଇବାପାଇଁ ଉପସ୍ଥିତ ମହିଳା ସଂଗଠନ, କୃଷକ, ଜନ ସାଧାରଣ ସମସ୍ତେ ଶପଥ ନେଇଥିଲେ। କାର୍ଯ୍ୟକ୍ରମରେ ଏ.ଏଫ.ସି. ଉଦ୍ୟାନବିତ  ଜଗବନ୍ଧୁ ରାଉତ, କମ୍ୟୁନିଟି ମୋବିଲେଇଜର ଯଶୋବନ୍ତ ରଣା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.