ନିଆର ଢଙ୍ଗରେ ଲେଖକଙ୍କ ଜନ୍ମଦିନ ପାଳିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଆ ଓ ଇଂରାଜୀ ଦୈନିକ ଖବର କାଗଜର ସ୍ତମ୍ଭ ଲେଖକ ତଥା ସମାଜସେବୀ ରବିନାରାୟଣ ପଟ୍ଟନାୟକଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରାଯାଇଛି। ସ୍ବପ୍ନ ମନ୍ଦିର ଜରାଶ୍ରମରେ ଥିବା ଅନ୍ତେବାସୀଙ୍କ ଗ୍ରହଣରେ କେକ କାଟି ଜନ୍ମଦିନ ପାଳନ କରିଥିଲେ ଶ୍ରୀ ପଟ୍ଟନାୟକ। ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରିତମ ମିଶ୍ର ଉପସ୍ଥିତ ଥିଲେ। ଏହି ଅବସରରେ ଖାଦ୍ୟ ବଣ୍ଟନ କରାଯାଇଥିଲା।

ସେହିପରି ଉତ୍ସର୍ଗ କଲ୍ୟାଣ ସେବା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପ୍ରତିଷ୍ଠାତା ସରୋଜ କୁମାର ସାହୁ, ଦେବାଶିଷ ଭୁକ୍ତା, ଅକ୍ଷୟ କୁମାର ଦେବତା, ଚନ୍ଦ୍ରକାନ୍ତ ପ୍ରଧାନ, ଆମର ତାଣ୍ଡି, ନନ୍ଦକିଶୋର ବିଶି, କୁମୁଦିନୀ ନନ୍ଦ, ମାନିନୀ ବାଘ, ହାରଧନ ରଣା, ତୁଳସୀ ଭୋଇ, ଚୁମୁକି ବିଶି, ନବକିଶୋର ପୁରୋହିତ ଏଥିରେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମକୁ ବିଭିନ୍ନ ମହଲ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସ୍ତମ୍ଭ ଲେଖକ ରବି ନାରାୟଣ ପଟ୍ଟନାୟକ। ଏହି ପରି ନିଆରା ଢଙ୍ଗରେ ଜନ୍ମଦିନ ପାଳନକୁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ପ୍ରଶଂସା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.