ଶଳାର ପତ୍ନୀଙ୍କୁ ଦୁଷ୍କର୍ମ କରି ଭେଣେଇ ଗିରଫ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅଧୀନରେ ଜୈନିକା ନବବଧୂଙ୍କୁ ତାଙ୍କ ସ୍ୱାମୀର ଭିଣୋଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ସଇଁତଲା ଥାନା କେସ ନଂ 305/24 କ୍ରମେ ଦଫା 498(A), 294,376(1), 323, 506, 34 ଆଇପିସି, 4ଡିପି ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ସଇଁତଲା କୋର୍ଟକୁ ଚାଲାଣ କରାଯାଇଥିଲା। ପରେ ଜମିନା ନାମଞ୍ଜୁର ହେବା ଦ୍ୱାରା ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତ ଘନଶ୍ୟାମ ନାଏକ (୨୮) ଗ୍ରାମ ବେଲପଡା ଥାନା ଗ୍ରାମ ଧୂମାଭଟ୍ଟା ବୋଲି ଜଣାପଡିଛି l

ପ୍ରକାଶ ଯେ, ଗତ ୨୦୨୩ ମସିହାରେ ବିମଳା ବୁଡ଼େକ ନାମ୍ନୀ ମହିଳାଙ୍କୁ ଝରବାହାଲି ଗ୍ରାମର ସୁଶୀଲ ବୁଡ଼େକଙ୍କୁ ରୀତିନୀତି ଅନୁସାରେ ବିବାହ କରିଥିଲେ। କିନ୍ତୁ ଏହାପୂର୍ଵରୁ ସୁଶୀଲଙ୍କ ଭେଣେଇ ଘନଶ୍ୟାମ ନାଏକ ଓ ତାଙ୍କ ନାନୀ ବେଲପଡା ଥାନା ଧୂମାଭଟ୍ଟାରୁ ଆସି ଝରବାହାଲି ଗ୍ରାମ ଠାରେ ରହି ଆସୁଥିଲେ। ଏଥିରେ ବିମଳା ବିବାହ ୧୫ ଦିନ ନ ପୁରି ତାଙ୍କ ସ୍ୱାମୀ ଓ ପରିବାର ଲୋକେ ଯୌତୁକ ନିର୍ଯାତନା ଦେବା ସହ ମାଡ଼ ପିଟ ଆରମ୍ଭ କରିଥିଲେ। ଏହାର ସୁଯୋଗ ନେଇ ଘନଶ୍ୟାମ ମଧ୍ୟ ଧମକ ଚମକ ଦେଇ ବିମଳାକୁ ଶାରୀରିକ ସମ୍ପର୍କ ରଖିଥିଲା। ଏଥିରେ ବିମଳା ୭ ମାସର ଗର୍ଭବତୀ ଥିବା ପୋଲିସ ଆଗରେ ପ୍ରକାଶ କରିଥିଲା। ଉକ୍ତ ଘଟଣାକୁ ଥାନା ସେକେଣ୍ଡ ଅଫିସର ଗୁଇଣ୍ଡି ଖାଁଖାଁ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଡାକ୍ତରୀମାଇନା କରି କୋର୍ଟଚାଲାଣ କରିଥିଲେ। ଏହି ଘଟଣାକୁ ନେଇ ଅଞ୍ଚଳରେ ଜୋର ଚର୍ଚ୍ଚା ଧରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.