ଗୋଚର ଜମି ଜବରଦଖଲ ଉଚ୍ଛେଦ ପାଇଁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡହଗାଁ ପଞ୍ଚାୟତ ସାରସମାଲ ଗ୍ରାମବାସୀ ମଙ୍ଗଳବାର ଗୋଚର ଜମି ଜବରଦଖଲ ଉଚ୍ଛେଦ ପାଇଁ ସ୍ଥାନୀୟ ରାଜସ୍ଵ ନିରୀକ୍ଷକ ଓ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ତୁରନ୍ତ ଜବର ଦଖଲ ଉଚ୍ଛେଦ କରିବା ପାଇଁ ଅନୁରୋଧ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ସାରସମାଲ ଗ୍ରାମର ନୂଆବନ୍ଦପଡ଼ା ନିକଟରେ ଥିବା ଗୋଚର ଜମିକୁ କିଛି ଅସାଧୁ ବ୍ୟକ୍ତି ଜବର ଦଖଲ କରି ରଖିଛନ୍ତି। ଏମିତି କି ସେହି ଗୋଚର ଜମିକୁ ବିକ୍ରୀ କରିବା ପାଇଁ ଟଙ୍କା ମଧ୍ୟ ନେଉଥିବା ଅଭିଯୋଗ ହୋଇଛି। ଏବଂ ଅନ୍ୟ ଅକ୍ତିଆର ଜମି ଗୁଡ଼ିକରେ ଚାଷ କରୁଥିବା ବେଳେ ଗ୍ରାମର ଗାଈଗୋରୁ ଚରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି। ଯାହାକୁ ନେଇ ଆଜି ଗ୍ରାମବାସୀ ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଡହଗାଁ ରାଜସ୍ଵ ନିରୀକ୍ଷକ ରାଧା ଗୋବିନ୍ଦ ପଟ୍ଟନାୟକ ଓ ପରେ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.