ନର୍ଲା ଆରଏସଏସର ଗୁରୁ ଦକ୍ଷିଣା ଉତ୍ସବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଅବସରରେ ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଜିଲ୍ଲା ସମ୍ପର୍କ ପ୍ରମୁଖ ତଥା ନର୍ଲା ସରସ୍ୱତୀ ଶିଶୁ/ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକଙ୍କ ନେତୃତ୍ୱରେ ଆଜି ଶୁକ୍ରବାର ଅପରାହ୍ନ ୩ ଘଣ୍ଟା ସମୟରେ ଗୁରୁ ଦକ୍ଷିଣା ଉତ୍ସବ ପାଳିତ ହୋଇଯାଇଛି। ଶ୍ରାବଣ ପୂର୍ଣ୍ଣିମା ଦିନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏହି ଗୁରୁ ଦକ୍ଷିଣା ଉତ୍ସବ ପାଳନ କରିଥାଏ। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ନର୍ଲା ଅଞ୍ଚଳର ସ୍ୱୟଂ ସେବକ ମାନେ ବହୁ ସଂଖ୍ୟାରେ ନର୍ଲା ଶିଶୁ ମନ୍ଦିର ଠାରେ ସମବେତ ହୋଇଥିଲେ।

Omkar Vasthu
Omkar Vasthu

କାର୍ଯ୍ୟକ୍ରମ ଆରମ୍ଭରେ ଗୈରିକ ଧ୍ୱଜ ସ୍ଥାପନ କରାଯାଇଥିଲା। ଧ୍ୱଜ ସ୍ଥାପନା ପରେ ସ୍ୱୟଂ ସେବକ ମାନେ ଧ୍ୱଜ ପ୍ରଣାମ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ନାଏକ ଗୁରୁ ପୂଜନ ପରମ୍ପରା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଆଭିମୁଖ୍ୟ ସମ୍ପର୍କରେ ମାର୍ଗ ଦର୍ଶନ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସ୍ୱୟଂ ସେବକ ବେଦପ୍ରକାଶ ଅଗ୍ରୱାଲ, ବୌଦ୍ଧିକ ପ୍ରମୁଖ ଅଜୟ କୁମାର ନାଏକ, ଖଣ୍ଡ କାର୍ଯ୍ୟବାହ ସମୀର କୁମାର ନାଏକ ପ୍ରମୁଖ ଯୋଗଦାନ କରିଥିଲେ। ଏହାପରେ ଉପସ୍ଥିତ ସ୍ୱୟଂ ସେବକ ସାଧ୍ୟ ମତେ ଶକ୍ତି ଅନୁଯାୟୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଗୁରୁ ଗୈରୀକ ଧ୍ୱଜ ନିକଟରେ ଦକ୍ଷିଣା ଅର୍ପଣ କରିଥିଲେ।

ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ପରେ ସଂଘର ସାମୁହିକ ପ୍ରାର୍ଥନା କରାଯାଇଥିଲା। ନର୍ଲା ସରସ୍ବତୀ ଶିଶୁ ମନ୍ଦିରର ଆଚାର୍ଯ୍ୟ ଜୟଦେବ ପୋଢ଼ ସଂଘ ପ୍ରାର୍ଥନା କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସ୍ୱୟଂ ସେବକ ମାନଙ୍କ ମଧ୍ୟରେ ପ୍ରଦୀପ କୁମାର ନାଏକ, ପ୍ରଫୁଲ୍ଲ କୁମାର ନାଗ, ନରସିଂହ କୁମାର, ମାନସ ପାତ୍ର, ରୋହିତ ପାତ୍ର, ଲିଙ୍ଗରାଜ ମିଶ୍ର, ପୂର୍ଣ୍ଣଚନ୍ଦ୍ର କୁମାର, ବିଦ୍ୟାଳୟର ଗୁରୁଜୀ ବୃନ୍ଦ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.