କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଦୁଇ ବର୍ଷିଆ ବିଏଡ଼କୁ ଗ୍ରହଣ କରିବା ଏବଂ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ଅନୁରୋଧ

ଓଡ଼ିଆ ବାର୍ତ୍ତା ଭୁବନେଶ୍ୱର: ଓଡ଼ିଶାରେ ସ୍ବତନ୍ତ୍ର ଶିକ୍ଷା ରେ ପ୍ରଶିକ୍ଷଣ ନେଇଥିବା ଆଶାୟୀମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଅଲ୍ ଓଡ଼ିଶା ସ୍ବତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ଫେଡ଼େରସନର ସଭାପତି ଡ଼ଃ ବିଭୁତି ଭୁଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପ୍ରେସମିଟ୍ ରେ ସଂପାଦକ ଡ଼ଃ ନାରାୟଣ ଚ଼ନ୍ଦ୍ର ପତି ଓ ସମସ୍ତ ପ୍ରଶିକ୍ଷଣ ଅନୁଷ୍ଠାନର ମୁଖ୍ୟ ମାନେ ଉପସ୍ଥିତ ଥିଲେ। ଏହି ପ୍ରେସମିଟ ରେ ପ୍ରଥମେ ନୂତନ ସରକାରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହାପରେ ସମ୍ପାଦକ ଡ଼ଃ ପତି କହିଛନ୍ତି ଯେ, ସ୍ବତନ୍ତ୍ର ଶିକ୍ଷା ହେଉଛି, ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିପାରିବାର ମାଧ୍ୟମ ଏବଂ ୨୦୧୫ ର ପର ଠାରୁ ଓଡ଼ିଶାରେ ଏନସିଟିଇ ଏବଂ ଭାରତୀୟ ପୁନଃବାସ ପରିଷଦର ନିୟମ ଅନୁସାରେ ଦୁଇବର୍ଷିଆ ସ୍ବତନ୍ତ୍ର ଶିକ୍ଷା ବି.ଇଡ଼ି ଶିକ୍ଷା ଅଦ୍ୟାବଧି ଦିଆଯାଉଅଛି ଯାହାକି ୨୦୧୫ ମସିହା ପୂର୍ବରୁ ଏକ ବର୍ଷିଆ ପାଠ୍ୟକ୍ରମ ଭାବେ ଚାଲୁଥିଲା। କିନ୍ତୁ ବର୍ତ୍ତମାନ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଦୁଇବର୍ଷିଆ ସ୍ବତନ୍ତ୍ର ଶିକ୍ଷା ବି.ଇଡ଼ି‌ ଯୋଗ୍ୟ ନୁହେଁ ବୋଲି ଦର୍ଶାଯାଇଛି, କାଗଜପତ୍ର ଯାଞ୍ଚ ସମୟରେ ସେହି ଆଶାୟୀ ମାନଙ୍କୁ ବାଦ୍ ଦିଆଯାଇଛି। ଏହା ଫଳରେ ଅନେକ ଆଶାୟୀ ଚିନ୍ତାଗ୍ରସ୍ତ ଅଛନ୍ତି।

Omkar Vasthu
Omkar Vasthu

ସାଧାରଣ ବିଦ୍ୟାଳୟ ଗୁଡିକରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ପି.ଡବ୍ଲୁ.ଡ଼ି ଆକ୍ଟ ୧୯୯୫, ଆର.ପି.ଡବ୍ଲୁ.ଡ଼ି ଆକ୍ଟ ୨୦୧୬ ଏବଂ ଆର.ଟି.ଇ ଆକ୍ଟ ୨୦୦୯ ରହିଛି, ଏସବୁ ଥିଲେ ମଧ୍ୟ ସାଧାରଣ ବିଦ୍ୟାଳୟ ରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହୋଇନାହିଁ‌ ବୋଲି ଡ଼ଃ ପତି କହିଛନ୍ତି। ସଭାପତି ଡ଼ଃ ମହାପାତ୍ର କହିଛନ୍ତି ଯେ,ସାଧାରଣ ବିଦ୍ୟାଳୟ ରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଶିକ୍ଷା ଗ୍ରହଣ କରୁଥିଲେ ମଧ୍ୟ ସେମାନଙ୍କୁ‌ ଉତ୍ତମ ଶିକ୍ଷା ଦାନ ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର‌‌ ଯଥେଷ୍ଟ ଆବଶ୍ୟକତା ରହିଥିଲେ ତାହା ଆଜି ପର୍ଯ୍ୟନ୍ତ ହୋଇନାହିଁ।ସ୍ବତନ୍ତ୍ର ଶିକ୍ଷା ରେ ଡିପ୍ଲୋମା,ବି.ଇଡ଼ି‌ ଓ ଏମ୍.ଇଡ଼ି କରି ଭାରତୀୟ ପୁନର୍ବାସ ପରିଷଦରେ ନାମ ପଞ୍ଜିକରଣ କରି ବସିଥିବା ଆଶାୟୀ ମାନଙ୍କ ଭବିଷ୍ୟତ ଅନ୍ଧାରରେ। ନିଯୁକ୍ତିର ସୁଯୋଗ ନ ମିଳିଲେ ଆଗାମୀ ଦିନରେ ଏହି ପାଠ ପଢିବାକୁ କେହି ଆଗ୍ରହୀ ହେବେନାହିଁ ଏବଂ ସମସ୍ତ ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟ ଗୁଡିକ ଅଚଳ ହୋଇଯିବ ବୋଲି ଡ଼ଃ ପତି କହିଥିଲେ। ଏହି ସମସ୍ତ ବିଷୟକୁ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚ଼ରଣ ମାଝି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଗଣଶିକ୍ଷା ବିଭାଗ ଗମ୍ଭୀରତାର ସହ ନେଇ ସ୍ବତନ୍ତ୍ର ଶିକ୍ଷା କୁ ଓଡ଼ିଶାରେ ଆଦୃତ କରି ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ବିଶେଷ ଅନୁରୋଧ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.