କୁଶୁର୍ଲାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଉପ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବୁଧବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ଦିବସ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କୁଶୁର୍ଲା ଉପ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଶ୍ରାବଣୀ ସାହୁ, ଏଏନଏମ ବିନୋଦିନୀ ମିଶ୍ର, ପ୍ରାକୃତିକ ଚିକିତ୍ସକ ସନତ କୁମାର ସାହୁ, ଅଙ୍ଗନୱାଡ଼ି କର୍ମୀ (କ) ମମତା ସାହୁ (ଖ) ପୁଷ୍ପକାନ୍ତି ନାଏକ, ଆଶା କର୍ମୀ ରଜନୀ ସାହୁ, ସଂଯୁକ୍ତା ଜାନି  ଯୋଗଦେଇ ସୃଷ୍ଟିର ଆରମ୍ଭରୁ ପ୍ରତ୍ୟେକ ସ୍ତନ୍ୟପାୟୀ ପ୍ରଜାତିର ନବଜାତ ଶିଶୁମାନଙ୍କ ପାଇଁ ମାତୃ ସ୍ତନ୍ୟପାନ ନିତ୍ୟାନ୍ତ ଅପରିହାର୍ଯ୍ୟ ଯାହା ଦ୍ଵାରା ଶିଶୁଟିର ଶାରୀରିକ ବିକାଶ ହେବାସହ ମାନସିକ ବିକାଶ ମଧ୍ୟ ହୋଇଥାଏ ଏଵଂ ଉଭୟ ମାତା ଓ ଶିଶୁ ସୁସ୍ଥ ଓ ନିରୋଗୀ ହୋଇଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ।ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ସପ୍ତାହଟିକୁ ବିଶ୍ୱ ସ୍ତନ୍ୟପାନ ଦିବସ ରୂପେ ପାଳନ କରାଯାଏ । ପୁରା ବିଶ୍ୱରେ ମାତୃ ସ୍ତନ୍ୟପାନର ସଚେତନତା ବାର୍ତ୍ତା ପହଞ୍ଚାଇବା ଏହାର ମୂଳ ଲକ୍ଷ୍ୟ ।

Omkar Vasthu
Omkar Vasthu

ସ୍ତନ୍ୟପାନ ଦ୍ଵାରା ଶିଶୁର ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହେଇଥାଏ । ଏକ ଆକଳନ ଅନୁଯାୟୀ ସ୍ତନ୍ୟପାନ କରୁଥିବା ଶିଶୁଙ୍କ ମାନସିକ ବୁଦ୍ଧିର ବିକାଶ ଅନ୍ୟ ଶିଶୁଙ୍କ ଠାରୁ ବହୁଗୁଣରେ ଅଧିକ ହୋଇଥାଏ । ଯାହା ସଦ୍ୟ ନବଜାତ ଶିଶୁମାନଙ୍କ ପାଇଁ ଅମୃତ ସମାନ । ଜନ୍ମ ହେବାପରେ ଶିଶୁଟିକୁ ତୁରନ୍ତ ସ୍ତନ୍ୟପାନ୍ୟ କରାଯାଇଥାଏ ଏବଂ ଶିଶୁଟି ଜନ୍ମ ହେବାରର ଛମାସ ପର୍ଯ୍ୟନ୍ତ କେବଳ ମା ଖୀର ଉପରେ ହିଁ ନିର୍ଭରଶୀଳ ଥାଏ । ବିଶ୍ୱ ସ୍ତନ୍ୟପାନ ଦିବସରେ ସଚେତନତା ବାର୍ତ୍ତା ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବା ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନର ମୁଖ୍ୟ ଉଦ୍ୟେଶ୍ୟ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.