ତାଲଗୁଡଠାରେ ବିଜେଡ଼ି ପକ୍ଷରୁ ଜନଜାଗରଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଅନ୍ତର୍ଗତ ମୁଖିଗୁଡା ପଞ୍ଚାୟତ ର ତାଲଗୁଡ ଠାରେ ବିଜୁ ଜନତା ଦଳ ସଭାପତି ମିନକେତନ ପୁଝାରୀ ଙ୍କ ସଭାପତିତ୍ବରେ ସମସ୍ତ ବର୍ଗର ଭତ୍ତା ହିତାଧିକାରୀ ଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରିବା ଦାବିରେ ଏକ ଜନଜାଗରଣ ବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

ଏ ନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ବ୍ଳକ ସଭାପତି ମିନକେତନ ପୁଝାରୀ ଭତ୍ତା ହିତାଧିକାରୀ ମାନଙ୍କୁ ଗତ ନିର୍ବାଚନରେ ବିଜେପି ଡବଲ ଇଞ୍ଜିନ ସରକାର ଆସିଲେ ଡବଲ ବିକାଶ ର ନାରା ଭତ୍ତା ହିତାଧିକାରୀ ମାନଙ୍କୁ ମାସିକ ୩୦୦୦ ଏବଂ ୩୫୦୦ କୁ ବୃଦ୍ଧି କରିବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ବିଜେପି ସରକାର ଆସିଲା ପରେ ଉପସ୍ଥାପିତ ବଜେଟ ରେ କେବଳ ୮୦ ବର୍ଷ ରୁ ଉର୍ଦ୍ଧ ବୟସ ଏବଂ ୮୦ ପ୍ରତିଶତ ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ଙ୍କୁ ଭତ୍ତା ୩୫୦୦ ଟଙ୍କା କୁ ବୃଦ୍ଧି କରାଯାଇ ଥିଲେ ସୁଦ୍ଧା ଅନ୍ୟ ହିତାଧିକାରୀ ଙ୍କୁ ମାସିକ ଅପରିବର୍ତ୍ତିତ ରଖିଛନ୍ତି ବୋଲି କହିଥିଲେ। ଏହାଦ୍ବାରା ରାଜ୍ୟର ସମୁଦାୟ ୫୭ ଲକ୍ଷ ଭତ୍ତା ହିତାଧିକାରୀ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହେବେ ବିଜେପି ପ୍ରତିଶୃତି ପାଣିର ଗାର ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଗଣେଶ ବାଗ, ବେଲାଲ ସେନ ମାଝୀ, ସୁଶାନ୍ତ ଦଲେଇ, ପିତବାସ ପୁଝାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.