ଜୟପାଟଣା ତହସିଲ କାର୍ଯ୍ୟାଳୟରେ ମୋ ଜଙ୍ଗଲ ଜମି ଅଧିକାର ଆଇନ ଅଧୀନରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ କାର୍ଯ୍ୟାଳୟ ତରଫରୁ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନଙ୍କୁ ଚିହ୍ନଟ କରି ମୋ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାଇ ଦଖଲ କରିଥିବା ଜଙ୍ଗଲ ଜମିର ଶିରୋନାମ ବଣ୍ଟନ କରାଯାଇଥିଲା। ସୂଚନା ଅନୁଯାୟୀ ଓଡିଶା ସରକାରଙ୍କ ପକ୍ଷରୁ ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ପାରମ୍ପାରିକ ଭାବରେ ୨୦୦୬ ମସିହା ପୂର୍ବରୁ ଦଖଲ କରୁଥିବା ବେଳେ ଜମିଗୁଡିକି ଚିହ୍ନଟ କରି ଦଖଲକାରୀଙ୍କୁ ସରକାର ତରଫରୁ ଉକ୍ତ ଜମିର ମାଲିକାନା ସାବ୍ୟସ୍ତ କରିଛନ୍ତି। ଏହି ଜମି ବିକ୍ରୟ ପାଇଁ ଉପଲବ୍ଧ ନୁହେଁ ନିଜ ଜମି ନିଜ ପାଖରେ ରହିବା ପାଇଁ ମଧ୍ୟ ସରକାର ଏକ ଆଇନ୍ ବ୍ୟବସ୍ଥା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଜୟପାଟଣା ତହସିଲଦାର ରଘୁନାଥ ମୁଣ୍ଡାରୀ, ବି,ସି, ପ୍ରଦାନ ବ୍ରଜକିଶୋର ଦାସ, ଏଫ୍ ଆର୍ ସମନ୍ବୟକାରି ହିମାଂଶୁ ମେହେର, ଏମ୍,ଆଇ,ଏସ୍ ଇତିଶ୍ରୀ ତାଣ୍ଡି, କମ୍ମୁନିଟି ମୋବିଲାଇଜର ବାବୁଲି ହରିଜନ ପ୍ରମୁଖ ମିଲିତ ଭାବରେ ବଡ କର୍ଲାକୋଟ ପଞ୍ଚାୟତର ୨୦ ଜଣ ଦଖଲକାରୀଙ୍କୁ ଶିରୋନାମ ବା ଜମିପଟ୍ଟା ପ୍ରଦାନ କରିଥିବା ଫଳରେ ଜଙ୍ଗଲ ଜମି ଦଖଲ କାରି ମାନେ ନିଜର ଜମିପଟ୍ଟା ପାଇ ଆନନ୍ଦ ର ସହିତ ତହସିଲଦାର ତଥା ସମସ୍ତ କର୍ମଚାରୀ ଏବଂ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତିି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.