ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଉଚ୍ଚ ନ୍ୟାୟାଳୟ ଅନୁସୂଚିତ ଜାତି ଓ ଜନଜାତି ମଧ୍ୟରେ ଥିବା ଆରକ୍ଷଣରେ ବର୍ଗିକରଣ, କ୍ରୀମିଲେୟର ବ୍ୟବସ୍ଥାରେ ବର୍ଗିକରଣ ଉପରେ ରାୟ ଦେଇଥିଲେ। ଏହାର ବିରୋଧରେ ଦେଶବ୍ୟାପୀ ବହୁଜନ ରାଜନୈତିକ ଓ ସାମାଜିକ ସଂଗଠନ ପ୍ରତିବାଦ କରି ବୁଧବାର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିଲେ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକର କୋକସରା, ଲଡୁଗାଁ ଓ ଆମପାଣିଠାରେ ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦ ପାନଳ କରାଯାଇଛି। କୋକସରା ବ୍ଳକ ସଦର ମହକୁମା ଥାନା ନିକଟରେ ଏସଟି ଓ ଏସସି ସୁରକ୍ଷା ମହାସଂଘ ଡାକରା କ୍ରମେ ବ୍ଳକର ବିଭିନ୍ନ ସ୍ଥାନରୁ ଅନୁସୂଚିତ ଜାତି ଓ ଜନଜାତି ସମେତ ବିଭିନ୍ନ ସଂଗଠନ ପକ୍ଷରୁ ସକାଳୁ ୬ଟା ସମୟରୁ ଜାତୀୟ ରାଜପଥ ୨୬କୁ ଅବରୋଧ କରି ବନ୍ଦ ପାଳନ କରିଥିଲେ। ଏହା ପୂର୍ବରୁ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରି ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ କରିଥିଲେ। ବନ୍ଦ ପ୍ରଭାବରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ମଟର ଅଟକି ରହିଥିବାବେଳେ ଯାତାୟତ ଠପ୍ ହୋଇଥିଲା। ସେହିପରି ଆମପାଣିଠାରେ ମଧ୍ୟ ଜାତୀୟ ରାଜପଥକୁ ଅବରୋଧ କରି ବନ୍ଦ ପାଳନ କରାଯାଇଥିଲା। ଲଡୁଗାଁ ଠାରେ ଦେକାନ ବଜାର ବନ୍ଦ କରିବା ସହ ଭାରତ ବନ୍ଦର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଥିଲା।
କୋକସରାଠାରେ ଆନ୍ଦୋଳନରେ ପଦ୍ମ କିଶୋର ପୁଝାରୀ, ଗରୁଡଧ୍ଵଜ ମାଝୀ, ଘନଶ୍ୟାମ ନାଏକ, ଅଶୋକ କୁମାର ପୁଝାରୀ, ଦୈତାରି ଭୋଇ, ଶାନ୍ତନୁ କୁମାର ନାଏକ, ହେମନ୍ତ ମାଝୀ, ପୁଷ୍ପଧ୍ଵଜ ଶବର, ମଣିରାମ ଶବର, ମହେନ୍ଦ୍ର ଧରୁଆ, ଖିରସିନ୍ଧୁ ମାଝୀ, ଗୋବର୍ଦ୍ଧନ ବାଗ, କିଶୋର ନାଏକ, ବେଣୁପାଣି ଦୁର୍ଗା, କୌଶିକ ଦୁରିଆ, ଧବଳେଶ୍ଵର ନାଗ, ସତ୍ୟବାନ ପାଣିଗ୍ରାହି, ଦିଗାମ୍ବର ବେମାଲ, ଘନଶ୍ୟାମ ଜାଲ, ବାମଦେବ ଠାକୁର ପ୍ରମୁଖ ଉପସ୍ଥିତ ରହିଥିବାବେଳେ ଆମପାଣିଠାରେ ଟିକିଚନ୍ଦ୍ର ଧଙ୍ଗଡାମାଝୀ, କୁମୁଦ ପୁଝାରୀ, ଦୈତ୍ୟାରି ମାଝୀ, ଭାସ୍କର ଦଣ୍ଡସେନା, କେଶବ ବେଣୁପାଣି, ଦୟାନିଧି ନାଏକ, ମନୋରଞ୍ଜନ ବାଣୁଆ, ନକୁଳ ବାଣୁଆ, ନିତ୍ୟାନନ୍ଦ ମାଝୀ, ଉଦ୍ଧବ ନାଏକ, ଗୋବିନ୍ଦ ମାଝୀ, ଲଡୁଗାଁଠାରେ ଗରୁଡ଼ ବାଗ, ଦେବାନନ୍ଦ ନାଏକ, ଟୁନୁ ମହାନନ୍ଦ, ଭକ୍ତପ୍ରସାଦ ଶବର, ଦେବେନ୍ଦ୍ର ମାଝୀ, ଲକ୍ଷ୍ମଣ ଛତ୍ରିଆ, ଧ୍ୱଜ ମହାନନ୍ଦ, ଭୁନେଶ୍ବର ଦୁର୍ଗା, ଉଦ୍ଧବ ବାଗ, ଓମ୍ ପ୍ରକାଶ ଛତ୍ରିଆ, ଛୁଡ଼ାମଣି ମହାନନ୍ଦ, ମୂରଲୀଧର ପାଣିଗ୍ରାହୀ, ତପନ ନଏକ, ମୋହନ ବାଗ, ଚନ୍ଦନ ବାଗ, ତେଜରାଜ ଦୁରିଆ, କ୍ଷିତିରାମ ଦୂରିଆ, ସୁକାନ୍ତ ମହାନନ୍ଦ, ଭୁବନେଶ୍ୱର ବାଗ, ଘନ ପାନ, ଭାରତ ପାନ, ସଞ୍ଜୟ ପାଣିଗ୍ରାହୀ, ଆଲୋକ ବାଗ, ହୁମାୟୁନ ନାଏକ ପ୍ରମୁଖ ବନ୍ଦ ପାଳନରେ ସାମିଲ ହୋଇଥିଲେ।