ବାଲିପଡ଼ା ନବରାତ୍ରୀ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୫୧ତମ ଶାରଦୀୟ ନବରାତ୍ର ଦୁର୍ଗା ପୁଜନୋତ୍ସବ ୨୦୨୪ ପାଇଁ ବାଲିପଡ଼ା ସ୍ଥିତ ଦୁର୍ଗାମଣ୍ଡପ ଠାରେ ପ୍ରସ୍ତୁତି ବୈଠକ ଜୟ ଦୁର୍ଗା ପୂଜା କମିଟିର ଅଧ୍ୟକ୍ଷ ଅନନ୍ତରାମ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମଧ୍ୟ ବଣିକ ସଂଘ ବାଲିପଡ଼ା ପୂଜା ପରିଚାଳନା ଦାୟିତ୍ବ ନିର୍ବାହନ କରୁଛନ୍ତି।

ପୂଜା ଅଧ୍ୟକ୍ଷ ଅନନ୍ତରାମ ମାଝୀ, ଉପଦେଷ୍ଟା ପରେଶ କୁମାର ପଧାନ, ଉପାଧ୍ୟକ୍ଷ ତପନ ପଧାନ, ବଣିକ ସଂଘ ସଭାପତି କମଳ ନାୟକ ସାଧାରଣ ସମ୍ପାଦକ କୁନ୍ତ ଭୋଇ, ପୂଜା ସଭାପତି ଲୋଚନ ସାହୁ, ପୂଜା ସମ୍ପାଦକ ଅଶୋକ କୁମାର ବାରିକ, କୋଷାଧ୍ୟକ୍ଷ ଜୟସେନ୍ ନାୟକ, ଉପ ସଭାପତି ରୋହିତ ସାହୁ, ସହ ସମ୍ପାଦକ ଜିତୁ ପଧାନ ଓ ମହେନ୍ଦ୍ର କୁମାର ସାହୁ, ଯୁଗ୍ମ ସମ୍ପାଦକ ବବଲୁ ଭୋଇ, ଅମନ୍ ସାହୁ, ମନୋରଞ୍ଜନ ସମ୍ପାଦକ ବାଲାଜୀ ବେହେରା, ରତିଲାଲ ସାହୁ, ବାଗପୂର୍ ସରପଞ୍ଚ ଗୋପାଳ ହାତୀ, ବରିଷ୍ଠ ସଦସ୍ୟ ତୁମେଶ୍ୱର୍ ସାହୁ, ମହେଶ୍ୱର ସାହୁ ସକ୍ରିୟ ସଭ୍ୟ ଅନୂଜ ସାହୁ, ଉମା ପଧାନ, ଜ୍ଞାନ ଭୋଇ, ପ୍ରଶାନ୍ତ ବାରିକ, ଦଶରଥ ମାଝୀ, ପ୍ରବୀଣ ରଣା, ଟିକେଶ୍ୱର୍ ରଣା, ସୁଶାନ୍ତ ନାୟକ, ନରେଶ ବାଗ, ଅଭିଷେକ ନାୟକ, ରୋହନ ବାରିକ, ବିଶ୍ଵ ବେହେରା, ପ୍ରଶାନ୍ତ ପଟେଲ ତଥା ବଣିକ ସଂଘର ସମସ୍ତ ସଭ୍ୟ ଏବଂ ସ୍ଥାନୀୟ ଅଞ୍ଚଳର ଭଦ୍ର ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ଚଳିତ ବର୍ଷର ନବରାତ୍ରି ପୂଜା ପାଇ ଭବ୍ୟ କଳସ ଯାତ୍ରା ତୋରଣ ଓ ଆଲୋକସଜ୍ଜା, ପାରମ୍ପରିକ ବାଦ୍ୟ, ଘୁମୁରା, କୀର୍ତ୍ତନ, ପ୍ରବୃତ୍ତି ସାଂସ୍କୃତିକ କାର୍ଯକ୍ରମ ପ୍ରତ୍ୟେକ ଦିନ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ ହୋଇଛି। ମନୋରଞ୍ଜନ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ପୂଜା ସମୟ ପ୍ରତ୍ୟେକ ରାତ୍ରିରେ ନାଟକ, ମେଲୋଡୀ,ଭଜନ କାର୍ଯ୍ୟକ୍ରମ ବ୍ୟବସ୍ଥା ହୋଇଅଛି। ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରତ୍ୟେକ ଦିନ ଅନ୍ନ ପ୍ରସାଦ (ଅନ୍ନଛତ୍ର)ର ବ୍ୟବସ୍ଥା ରହିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.