ବିଧାୟିକାଙ୍କ ସହ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ନର୍ଲା ଓୟୁଜେ ସଦସ୍ୟ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୂଜେ) ନର୍ଲା ଶାଖା ସଦସ୍ୟ ଅଭିରାମ ନନ୍ଦ, ରଞ୍ଜନ ମହାନ୍ତି, ମ.ରାମପୁର ସଦସ୍ୟ ସୁଭେନ ପଟ୍ଟନାୟକ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସହ ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହଲିଙ୍ଗଙ୍କୁ ସାକ୍ଷାତ କରିଛନ୍ତି।

Omkar Vasthu
Omkar Vasthu

ନର୍ଲା ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ଦେବାପାଇଁ ଦାବୀ କରିବା ସହ ଡାକ୍ତରଖାନାରେ ରହିଥିବା ବିଭିନ୍ନ ସମସ୍ୟା ବିଷୟରେ ସେମାନେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷରୁ ରହି ଆସିଛି ଅନେକ ସମସ୍ୟା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବହୁ ଦିନରୁ ଲୋକଙ୍କ ଦାବୀ ରହିଛି ଶବ ବ୍ୟବଚ୍ଛେଦ ଗୃହ। ଏହାସହ ଡାକ୍ତର ସମସ୍ୟା ସବୁବେଳେ ଲାଗି ରହିଛି। ପର୍ଯ୍ୟାପ୍ତ ଶଯ୍ୟା ନାହିଁ। ଦୀର୍ଘ ଦୁଇ ଦଶନ୍ଧି ଧରି ନର୍ଲାର ଶାସନ ଡୋରି ସମ୍ଭାଳିଥିବା ତତ୍କାଳୀନ ନର୍ଲା ବିଧାୟକ ବଳଭଦ୍ର ମାଝୀ, ଧନେଶ୍ଵର ମାଝୀ, ଭୂପିନ୍ଦର ସିଂ ମଧ୍ଯ ନର୍ଲା ଡ଼ାକ୍ତରଖାନାରେ ରହି ଆସିଥିବା ସମସ୍ୟାର ସମାଧାନ କରିପାରିଲେ ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ, ନର୍ଲା ବିଧାୟିକା ମନୋରମା ମହାନ୍ତି ମଙ୍ଗଳବାର ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ନର୍ଲା ମେଡିକାଲରେ ବିଶେଷଜ୍ଞ ଡାକ୍ତର ଦେବାପାଇଁ ଦାବୀ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.