ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘ ତରଫରୁ ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ନେତୃତ୍ୱରେ ଜାତୀୟ ଖେଳ ଦିବସ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ମହାରାଜା, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ବ୍ୟାଡ଼ମିଣ୍ଟନ ସଂଘର ସଦସ୍ୟ ମହାରାଜା ଅନନ୍ତ ପ୍ରତାପ ଦେଓ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସମ୍ପାଦକ ସନ୍ଦୀପ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସଭାପତି ପ୍ରଦୀପ ଦାସ ତାଙ୍କର ଅଭିଭାଷଣରେ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ସ୍ମରଣ କରିବା ସହ ଆମ ଦେଶ, ରାଜ୍ୟ ଏବଂ ଜିଲ୍ଲା ପାଇଁ ଅତୀତରେ ଗୌରବ ଆଣିଥିବା କୃତି ଖେଳାଳିମାନଙ୍କୁ ମଧ୍ୟ ସ୍ମରଣ କରିଥିଲେ। ଏବଂ ଉପସ୍ଥିତ ଖେଳାଳିମାନଙ୍କୁ ଆଗାମୀ ଦିନରେ ଆମ ଦେଶ ତଥା ମା ମାଟି ପାଇଁ ଗୌରବ ଆଣିବା ପାଇଁ ଆହ୍ୱାନ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସଂଘର ବରିଷ୍ଠ ଉପସଭାପତି ଅରୁଣ ରଥ, ରାଜ୍ୟ ସିଓସି ଅଧ୍ୟକ୍ଷ ମନୋରଞ୍ଜନ ଦାସ, କୋଷାଧ୍ୟକ୍ଷ ସରୋଜ ମହାରଣା, ଯୁଗ୍ମ ସମ୍ପାଦକ ଦୀପକ କୁମାର ସାଗର, ଜାତୀୟ ଖେଳାଳି ମହେଶ କୁକରେଜା, ଜିତେନ୍ଦ୍ର ମିଶ୍ର, ପ୍ରଶିକ୍ଷକ ନରେଶ ସୁନାନୀ, ସାଇ ସିଂ ସାମନ୍ତ, ଅରୁଣ କୁମାର ସାହୁ, ରବି ସାହୁ, ସନ୍ଦୀପ ଦାସ, ଅକ୍ଷୟ ପଟ୍ଟନାୟକ ତଥା ପୁରୁଷ ଓ ମହିଳା ଖେଳାଳିମାନେ ଉପସ୍ଥିତ ରହିଥିଲେ।