ବୃକ୍ଷରୋପଣ ସ୍ୱତନ୍ତ୍ର ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ର ଜାତୀୟ ସେବା ଯୋଜନା ୟୁନିଟ୍ ତରଫରୁ ସପ୍ତ ଦିବସୀୟ ବୃକ୍ଷରୋପଣ ସ୍ୱତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍ ଜଗନ୍ନାଥ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଏନ୍ଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବରେ ପ୍ରାଧ୍ୟାପକ ଅଶୋକ କୁମାର ବେହେରା ଓ ସରୋଜ କୁମାର ପଣ୍ଡା ଯୋଗ ଦେଇ ‘ବୃକ୍ଷରୋପଣ : ଆଜିର ଆବଶ୍ୟକତା ଓ ସେବାର ମହନୀୟତା’ ଉପରେ ଆଲୋକପାତ କରିଥିଲେ।

Omkar Vasthu
Omkar Vasthu

ଏହି ଅବସରରେ ଶିବିରରେ ଅଂଶଗ୍ରହଣ କରିଥିବା ୫୦ ଜଣ ସ୍ୱେଚ୍ଛାସେବୀଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସାତଦିନ ମଧ୍ୟରେ ସ୍ୱେଚ୍ଛାସେବୀମାନେ ପ୍ରାୟ ୧୭୦ ଟି ଚାରା ରୋପଣ କରିଥିଲେ ଓ ପୂର୍ବରୁ ବନ ମହୋତ୍ସବ ସପ୍ତାହ ସମୟରେ ଲଗାଯାଇଥିବା ୬୦ ଟି ଗଛର ଯତ୍ନ ନେଇଥିଲେ। ସେହିପରି ସ୍ୱେଚ୍ଛାସେବୀ ମାନଙ୍କୁ ୩୦ଟି ଚାରା ବଣ୍ଟନ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଗଣପତି ବାଗ ସଭା ସଂଯୋଜନା କରିଥିବା ବେଳେ ସ୍ୱେଚ୍ଛାସେବୀ ଚୁଡ଼ାମଣି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ନିମାଇଁ ଚରଣ ପାତ୍ର, ଭାର୍ଗବ କୁମାର ସାହୁ, ଅଧ୍ୟାପିକା ମନୀଷା ସାହୁ, ଅଞ୍ଜଳି ମାଝୀ, ନିବେଦିତା ଡାକୁଆ, ଅଳକା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.