ବିକଳ୍ପ ବିଶ୍ବର ଆହ୍ବାନ ଦେଲା ‘ବିକଳ୍ପ ସମାଜ’ ସଂଗଠନ

ଲୋକସଂଖ୍ୟା ସମସ୍ୟା ନୁହେଁ, ମଣିଷ ପଣିଆ କମିଯିବାରୁ ଲୋକମାନେ ସମାଜ ଉପରେ ବୋଝ ହୋଇଯାଉଛନ୍ତି ବୋଲି ମତପ୍ରକାଶ

Omkar Vasthu
Omkar Vasthu

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଏକ କ୍ଷୁଧା ଓ ବ୍ୟାଧି ମୁକ୍ତ, ଯୁଦ୍ଧ ବିଭୀଷିକା ମୁକ୍ତ, ହିଂସା ଓ ଆତଙ୍କ ମୁକ୍ତ ତଥା ଶାନ୍ତି, ସହାବସ୍ଥାନ ଓ ବସୁଧୈବ କୁଟୁମ୍ବକମ୍ ବିଚାର ବୋଧ ଥିବା ବିକଳ୍ପ ବିଶ୍ବର ନିର୍ମାଣ ନିମନ୍ତେ ଭିନ୍ନ ଏକ ଗଣ ସଂଗଠନ ‘ବିକଳ୍ପ ସମାଜ’ ତାର କାର୍ଯ୍ୟର ଶୁଭାରମ୍ଭ କରିଛି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସଭାପତି ଅଭୟ ଦାସ କହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଏ ଉପଲକ୍ଷେ ଭୁବନେଶ୍ଵର ହାଇଟେକ୍ ଛକ ନିକଟସ୍ଥ ପ୍ରଫେସର କୁମରବର ଦାସଙ୍କ ବାସଭବନରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ବୈଠକରେ ଯୋଗ ଦେଇ ‘ବିକଳ୍ପ ସମାଜ’ର ମୁଖ୍ୟ ଉପଦେଷ୍ଟା ପ୍ରଫେସର କୁମରବର ଦାସ ସାରା ବିଶ୍ବର ସବୁ ସମସ୍ୟାର ସମାଧାନ ଗାନ୍ଧୀ ବିଚାରରେ ରହିଛି ବୋଲିି ମତପୋଷଣ କରିଥିଲେ। ଲୋକସଂଖ୍ୟା ସମସ୍ୟା ନୁହେଁ, ମଣିଷ ପଣିଆ କମିଯିବାରୁ ଲୋକମାନେ ସମାଜ ଉପରେ ବୋଝ ହୋଇଯାଉଛନ୍ତି ବୋଲି ପ୍ରଫେସର ଦାସ ସୂଚାଇ ଦେଇଥିଲେ। ହିଂସା, ଯୁଦ୍ଧ, ଘୃଣା, ପ୍ରଦୂଷଣ, ମାଦକ ଦ୍ରବ୍ୟ, ଅନ୍ଧବିଶ୍ୱାସ ଭଳି ନକରାତ୍ମକ କାର୍ଯ୍ୟକୁ ବନ୍ଦ କରି ଆମକୁ ନୂଆ ପିଢି ଓ ସାରା ସମାଜ ପାଖରେ ସୁବିଚାର, ଶାନ୍ତି, ପ୍ରେମ, ଭାଇଚାରା, ସମୃଦ୍ଧି, ସୁନ୍ଦର ପରିବେଶ ଓ ମିଳିମିଶି ସୁନ୍ଦର ପୃଥିବୀକୁ ସୁରକ୍ଷା ଦେବାକୁ ପଡ଼ିବ ବୋଲି ‘ବିକଳ୍ପ ସମାଜ’ର ସାଧାରଣ ସମ୍ପାଦକ ନିରାକାର ବେଉରା ନିଜର ଅଭିବ୍ୟକ୍ତି ପ୍ରକାଶ କରିଥିଲେ।

Udyog Nursery
Udyogi Nursery

ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଶ୍ରୀକାନ୍ତ ଦାସ, ଯୋଗାଚାର୍ଯ୍ୟ କୁଳମଣି, ଉପସଭାପତି ନୀରଦ ବରଣ ଖୁଣ୍ଟିଆ, ମାଧବାନନ୍ଦ ବେହେରା, ସହ ସଂପାଦକ କନକଲତା ଭଞ୍ଜ, ଦ୍ୟୁତିକୃଷ୍ଣ ନାୟକ, ବରିଷ୍ଠ ସଦସ୍ୟ ରୀନାରାଣୀ ଦାସ, ବିଷ୍ଣୁ ପାତ୍ର, ମନୋଜ ବାରିକ, ଅମୀର ପ୍ରସାଦ ସାହୁ, ଦେବୀ ପ୍ରସାଦ ମହାରଣା ପ୍ରମୁଖ ବିକଳ୍ପ ସମାଜ ଗଠନର ବିଭିନ୍ନ ଗୁଣାତ୍ମକ ଦିଗ ଉପରେ ଆଲୋକପାତ କରିଥିଲେ। ୩୦ଟି ଜିଲ୍ଲାରେ ‘ବିକଳ୍ପ ସମାଜ’ର ଶାଖା ସୃଷ୍ଟି, ସ୍କୁଲ କଲେଜମାନଙ୍କରେ ବିକଳ୍ପ ବିଚାରର ଉପସ୍ଥାପନା, ବୁଦ୍ଧିଜୀବୀ ଓ ସାଧାରଣ ନାଗରିକମାନଙ୍କୁ ନେଇ ବିଚାର କର୍ମଶାଳା, ବୈଚାରିକ ପତ୍ରିକା ଓ ପୁସ୍ତକ ପ୍ରକାଶନ କରାଯାଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ଅଭୟ ଦାସ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଶେଷରେ ବିକଳ୍ପ ବିଶ୍ବ ନିର୍ମାଣ ପାଇଁ ଆହ୍ୱାନ ଦେଇ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଉପସଭାପତି ନୀରଦ ବରଣ ଖୁଣ୍ଟିଆ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.