ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ରଶ୍ମିରଂଜନ ରଣା ପାଇବେ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି ସମ୍ମାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଅଖ୍ୟାତ ଅଞ୍ଚଳର ପିଲା ପାଇବେ ବିଖ୍ୟାତ ସମ୍ମାନ। ରାଜ୍ୟ ସ୍ତରରେ ସମ୍ମାନିତ ହେବେ ଦଣ୍ଡପାଟ ମାଟିର ଛାତ୍ର। ଓଡ଼ିଆ ବିଷୟରେ ଉତ୍ତମ ପ୍ରଦର୍ଶନ ପାଇଁ ହେବେ ପୁରସ୍କୃତ। କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ରଶ୍ମିରଂଜନ ରଣା ପାଇବେ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି ସମ୍ମାନ ୨୦୨୪-୨୫। ଆଗାମୀ ଗୁରୁଦିବସ ଦିନ ଭୁବନେଶ୍ଵରରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ତାଙ୍କୁ ସମ୍ମାନୀତ କରାଯିବ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପତ୍ର ସଂଖ୍ୟା ୨୫୪୮୨ ତା.୩୧/୮/୨୪ ମାଧ୍ୟମରେ ରାଜ୍ୟର ସର୍ବମୋଟ ୩୩ଜଣ ଦଶମ ଶ୍ରେଣୀ ଛାତ୍ରଙ୍କ ନାମ ଘୋଷଣା କରାଯାଇଛି। କଳାହାଣ୍ଡିରୁ ଜଣେମାତ୍ର ଛାତ୍ର ରଶ୍ମିରଂଜନ ମନୋନୀତ ହୋଇଥିବାରୁ ତାଙ୍କ ପାଇଁ ଅନେକ ପ୍ରଶଂସାର ସୁଅ ଛୁଟିଛି।

Omkar Vasthu
Omkar Vasthu

ସେ ବେହେରା ଗ୍ରାମର ସ୍ୱର୍ଗୀୟ ମଧୁ ରଣା ଓ ଯଶୋଦା ରଣାଙ୍କ ସୁପୁତ୍ର। ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି ସମ୍ମାନ ପାଇଁ ତାଙ୍କ ନାମ ଘୋଷଣା ହେବାରୁ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ଏଥିପାଇଁ ରଶ୍ମୀରଂଜନଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୂପେନ୍ଦ୍ର ବାଣୁଆ ଓ ଅନ୍ୟାନ୍ୟ ଶିକ୍ଷକ, ଛାତ୍ରୀଛାତ୍ର, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ, ବରିଷ୍ଠ ଶିକ୍ଷକ ହୁକିମ୍ ଚନ୍ଦ୍ର ନାଏକ, ବେହେରା ସରପଞ୍ଚ କୁମୁଦିନୀ ଗଇନ୍ତା, ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ, ପ୍ରଶାନ୍ତ ତିୱାରୀ, ବଳରାମ ପୁଝାରୀ, ଘନଶ୍ୟାମ ପଟେଲ ପ୍ରମୁଖ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.