ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ: ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁ ନାହାନ୍ତି ସିଏଚଓ, ସ୍ୱାସ୍ଥ୍ୟ କର୍ମୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏହି ବ୍ଲକର ଅନେକ ଗୁଟିଏ ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ ଭଳି ଅନେକ ଗୁଡିଏ ସମସ୍ୟା ରହିଥିବା ବେଳେ ସରକାରଙ୍କ ମୌଳିକ ସୁବିଧା ପାଇଁ ପାରୁନାହାନ୍ତି ଦୁର୍ଗମ ଅଞ୍ଚଳର ଲୋକେ। ଲାଞ୍ଜିଗଡ଼ ବ୍ଲକର ପାହାଡ଼ପଦର ପଞ୍ଚାୟତ ହେଉଛି ଏକ ଅପହଞ୍ଚ ଇଲାକା। ଏହି ପଞ୍ଚାୟତରେ ସବୁ ବେଳେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ରହୁଥିବା ବେଳେ ଅନେକ ସମୟରେ ଗର୍ଭବତୀ ବା ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇଁ ଡାକ୍ତରଖାନା ନେବାକୁ ପଡିଥାଏ। ହେଲେ ପାହାଡ଼ ପଦର ପଞ୍ଚାୟତରେ ଏକ ଉପ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ସ୍ୱାସ୍ଥ୍ୟ କର୍ମୀ ଓ ସିଏଚଓ ନିୟମିତ ରହୁ ନାହାନ୍ତି ଫଳରେ ସାମାନ୍ୟ ଜ୍ୱର ଟିଏ ହେଲେ ମଧ୍ୟ ୪୦ କିଲୋମିଟର ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପଡ଼ିଥାଏ। ସ୍ୱାସ୍ଥ୍ୟ କର୍ମୀ ଓ ସିଏଚଓ କେବଳ ବୁଧବାର ଦିନ ଆସି ଟୀକା କରଣ କରୁଛନ୍ତି ବୋଲି ଅଞ୍ଚଳ ଲୋକେ କରିଛନ୍ତି। ବର୍ତମାନ ଏବେ ବର୍ଷା ଋତୁ ଯୋଗୁଁ ଏହି ଅଞ୍ଚଳରେ ଝଡାବାନ୍ତି ଭଳି ମାରାତ୍ମକ ରୋଗର ଆଶଙ୍କା ରହିଥାନ୍ତି ଲୋକେ କିନ୍ତୁ ସ୍ୱାସ୍ଥ୍ୟ କର୍ମୀ ତଥା ସିଏଚଓ ପ୍ରତ୍ୟୋକ ଦିନ ଆସି ରୋଗୀ ଦେଖିବା ନିୟମ ରହିଥିଲେ ହେଁ ସେମାନ କେବେବି ଆସୁ ନ’ଥିବା ଅଞ୍ଚଳ ବାସି ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟ କର୍ମୀ ଗାଁକୁ ଗାଁ ବୁଲି ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା କଥା ହେଲେ ସଚେତନ ଅଭାବ ଯୋଗୁଁ ଏହି ଅଞ୍ଚଳରେ ଡ଼ାଇରିଆ ଭଳି ମାରତ୍ମକ ରୋଗ କିଭଳି ନ ବ୍ୟାପିବ କିଏବା କହିବ। ସଚେତନ କରିବା କଥା ହେଲେ କାଗଜ ପତ୍ରରେ ଗୋଲାପୀ ଚିତ୍ର ଦେଖାଇ କାମ ସାରି ଦେଉଛନ୍ତି ସ୍ୱାସ୍ଥ୍ୟ କର୍ମୀ ଓ ସିଏଚଓ। ଏ ସମ୍ପର୍କରେ ଲାଞ୍ଜିଗଡ଼ ସ୍ୱାସ୍ଥ୍ୟ ଅଧିକାରୀ ଭବାନୀ ଶଙ୍କର ଲେଙ୍କାଙ୍କୁ ପଚାରିବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.