ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶିଶୁଙ୍କ ଅନ୍ତର୍ନିହିତ ଗୁଣବଲିର ବିକାଶ ପାଇଁ ସରକାର ଶିଶୁ ବିକାଶ ମାଧ୍ୟମରେ ଅଙ୍ଗନୱାଡ଼ିକେନ୍ଦ୍ର ଖୋଲିଛନ୍ତି। ଅଙ୍ଗନୱାଡ଼ି କେନ୍ଦ୍ରରେ ତିନିରୁ ଛଅ ବର୍ଷର ଶିଶୁକୁ ବିକେନ୍ଦ୍ରୀକରଣ ଯୋଜନା ମାଧ୍ୟମରେ ‘ଛ’ ଦିନକୁ ‘ଛ’ ପ୍ରକାର ରନ୍ଧା ଖାଦ୍ୟ ଦେବା ସହ ସକାଳ ଜଳଖିଆ ଦେଇ ପ୍ରାକ୍ ଶିକ୍ଷା ଦିଆଯାଉଛି। ପ୍ରାକ୍ ଶିକ୍ଷା ଗ୍ରହଣ କରି ଶିଶୁ ଗରମ ରନ୍ଧାଖାଦ୍ୟ ଖାଇ ଘରକୁ ଫେରୁଛନ୍ତି। ହେଲେ ଲାଞ୍ଜିଗଡ଼ ବ୍ଲକରେ ଚାଉଳ ଯୋଗାଣ ବନ୍ଦ ଥିବା ଯୋଗୁଁ ଅଙ୍ଗନୱାଡ଼ିକେନ୍ଦ୍ରର ପିଲାମାନେ କେବଳ ସକାଳ ଜଳଖିଆ ଓ ସିଝା ଅଣ୍ଡା ଖାଇ ଘରକୁ ଫେରୁଛି। ଲାଞ୍ଜିଗଡ଼ ବ୍ଲକର ୨୬ ଗୋଟି ପଞ୍ଚାୟତରେ ୨୧୦ ରୁ ଉର୍ଦ୍ଧ୍ବ ଅଙ୍ଗନୱାଡ଼ିକେନ୍ଦ୍ର ରହିଥିବା ବେଳେ ଚାଉଳ ପରିବହନ ଏଜେନ୍ସିଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ବାଟବଣା ହେବାରେ ଲାଗିଛି। ତେବେ ଭୋକରେ ଫେରୁଛନ୍ତି ପ୍ରି ସ୍କୁଲ ଛାତ୍ରଛାତ୍ରୀ। ଏହାକୁ ନେଇ ଅଭିଭାବକ ମହଳରେ ଅସନ୍ତୋଷର ବାତାବରଣ ଦେଖାଦେଇଥିବା ବେଳେ ଏ ସଂକ୍ରାନ୍ତରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାରଙ୍କୁ ପଚାରିବା ପରେ ଏହାକୁ ନେଇ ବିବାଗୀୟ ଅଧିକାରୀଙ୍କୁ ପଚାରୁଛି ବୋଲି କହିଛନ୍ତି। ଏହାପରେ ଜିଲ୍ଲା ଶିଶୁ ବିକାଶ ଅବକାରୀଣୀ ପଚାରିବାରୁ ବର୍ତମାନ ଚାଉଳ ବଣ୍ଟା ଚାଲିଛି ପ୍ରଥମ ପର୍ଯ୍ୟାୟ ବଣ୍ଟା ସରିଗଲାଣି ଦିତୀୟ ପର୍ଯ୍ୟାୟ ଚାଉଳ ଯଥା ଶିଘ୍ର ଚାଉଳ ପହଞ୍ଚି ଯିବ ବୋଲି ପ୍ରକାଶ କରିଥିବା ବେଳେ ଏପଟେ ଅଙ୍ଗନୱାଡ଼ିକେନ୍ଦ୍ରରେ ରନ୍ଧା ବନ୍ଧଥିବା ଯୋଗୁଁ ଅଭିଭାବକଙ୍କ ଆକ୍ରୋଶର ଶିକାର ହେଇଛନ୍ତି ନିରିହ ଅଙ୍ଗନୱାଡ଼ି କର୍ମୀ।