ହାଇଦ୍ରାବାଦରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଶନିବାର ପୁଣି ହାଇଦ୍ରାବାଦରୁ କୋକସରା ବ୍ଳକ ଲଡୁଗାଁ ପଞ୍ଚାୟତ ସୁପାଡ ନାଏକପଡ଼ାକୁ ଜଣେ ଦାଦନ ଶ୍ରମିକଙ୍କ ମର ଶରୀର ଗାଁ ଫେରିଛି। ମୃତ ଶ୍ରମିକ ଜଣକ ନାଏକପଡ଼ାର ବୈକୁଣ୍ଠ ଧଙ୍ଗଡାମାଝୀଙ୍କ ବଡ ପୁଅ ପଦ୍ମଲୋଚନ ଧଙ୍ଗଡାମାଝୀ(୨୭) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ପଦ୍ମ ଲୋଚନ ଗତ ୩ମାସ ତଲେ କାମ ଅନ୍ବେଷଣରେ ସୁଦୂର ହାଇଦ୍ରାବାଦ ସହରକୁ ଯାଇ ସେଠାକାର ଏକ କମ୍ପାନୀରେ ମିସ୍ତ୍ରୀ ଭାବରେ କାମ କରୁଥିଲେ। ଗୁରୁବାର ପଦ୍ମ ଲୋଚନଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଶୁକ୍ରବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ପଦ୍ମ ଲୋଚନଙ୍କ ମୃତ୍ୟୁ ହୋଇଥିବା ପରିବାର ସୂତ୍ରରୁ ଜଣାପଡିଛି। ଶନିବାର ହାଇଦ୍ରାବାଦରୁ ମୃତ ଶ୍ରମିକ ପଦ୍ମ ଲୋଚନଙ୍କ ଶବ ଆମ୍ବୁଲାନ୍ସ ଯୋଗେ ନିଜ ଭିଟାମାଟିକୁ ପହଞ୍ଚିବା ପରେ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ରୋଜଗାରିଆ ଭିଣ୍ଡିଆ ପୁଅକୁ ହରାଇ ମା’ ବାପା ସହ ସମ୍ପୂର୍ଣ୍ଣ ପରିବାର ଦୁଃଖରେ ଭାଙ୍ଗି ପଡିଥିବା ବେଳେ ସେମାନଙ୍କ ଆଖିରୁ ଲୁହ ସୁଖୁନାହିଁ। ଅନ୍ୟପଟେ ସରକାରଙ୍କ ତରଫରୁ ମୃତକଙ୍କ ପରିବାର ବର୍ଗଙ୍କୁ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.