ମଦନପୁର ରାମପୁର ରାଜବାଟି ଠାରେ ନୂଆଖାଇ ଭେଟଘାଟ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଦନପୁର ରାମପୁର ରାଜବାଟି ଠାରେ ମ. ରାମପୁର, ନର୍ଲା ବ୍ଲକ ଆଦିବାସୀ ସଂଘ ଓ ମଦନପୁର ରାମପୁର ରାଜା ବୁଦ୍ଧେନ୍ଦ୍ର ପ୍ରତାପ ସିଂହଦେଓଙ୍କ ନେତୃତ୍ବରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ତଥା ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ହରିଶଙ୍କର ମାଝୀ, ରାଜପରିବାରର ହିରେନ୍ଦ୍ର ପ୍ରତାପ ସିଂହଦେଓ, ମ.ରାମପୁର କନ୍ଧ ସମାଜ ସଭାପତି ରାଜୁ ମାଝୀ, ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ଛବି ମାଝୀ, ବିଦୁ ମାଝୀ, ପୃଥିରାଜ ମାଝୀ, ଶିଲୀ ମାଝୀ, ତୁଳସୀ ଦାସ ମାଝୀ, ବୀରକିଶୋର ମାଝୀ ଆଦି ଶତାଧିକ ଲୋକ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

ଏଥିରେ ନୁଆଖାଇ ପର୍ବ କିପରି ଭାବେ ଆମ୍ଭକୁ ଏକାଠି କରିଥାଏ, ଗୋଟିଏ ମହାମିଳନର ପର୍ବ, ଭାଇ ଚାରାର ପର୍ବ, ଏକତାର ମହାପର୍ବ ବୋଲି ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ହରିଶଙ୍କର ମାଝୀ କହିଥିଲେ ଓ ଅନ୍ୟାନ୍ୟ ବକ୍ତା ମାନେ ସୁନ୍ଦର ଅଭିଭାଷଣ ରଖିଥିଲେ। ଏହାପରେ ସମସ୍ତେ ମିଶି ରାଜବାଟି ଠାରୁ ଏକ ଶୋଭାଯାତ୍ରାରେ ଯାଇ ପାରଦୋ ଗୁଡୀ ଠାରେ ପହଞ୍ଚିଥିଲେ, ସେଠାରେ ଆଦିବାସୀ ବିଶ୍ରାମ ଗୃହ ନିର୍ମାଣ ପାଇଁ ଭୂମି ପୂଜନ କରାଯାଇଥିଲା। ଶେଷରେ ରାଜା ପରିବାରର ସଦସ୍ୟ ହିରେନ୍ଦ୍ର ପ୍ରତାପ ସିଂହଦେଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.