ଖଟଖଟିଆ ଉପ୍ରା ବିଦ୍ୟାଳୟରେ ଗଳ୍ପ କଥନ କାର୍ଯ୍ୟକ୍ରମ ଅନୁଷ୍ଠିତ

“ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ଜୀବନ ହିଁ ଗଳ୍ପ”

ଓଡ଼ିଆ ବାର୍ତ୍ତା/ କଣ୍ଟାମାଳ (ମମତା ମହାକୁର): ଖଟଖଟିଆ ସରକାରୀ ଉପ୍ରା ବିଦ୍ୟାଳୟରେ ଶନିବାସରୀୟ ସୃଜନୀ କାର୍ଯ୍ୟକ୍ରମରେ ‘ଗଳ୍ପ କଥନ’ ଶିକ୍ଷକ ରଂଜୁ ଅମାତଙ୍କ ଆବହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସମୀର କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଘନଶ୍ୟାମ ଯୋଗଦେଇ ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ଜୀବନ ହିଁ ଗଳ୍ପ ବୋଲି କହିଥିଲେ । ନିଜ ବକ୍ତବ୍ୟରେ ପଦ୍ମଶ୍ରୀ ହଳଧର ନାଗ, ଆମେରିକାର ରାଷ୍ଟ୍ରପତି ଜନ କେନେଡିଙ୍କ ଜୀବନୀ ସମ୍ପର୍କରେ କହି ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇଥିଲେ ।

Omkar Vasthu
Omkar Vasthu

ଛାତ୍ର ନୀଳାଚଳ ପ୍ରଧାନ, କ୍ରିଷ ପ୍ରଧାନ, ଛାତ୍ରୀ ଆରୁଷି କମ୍ପ, ଶ୍ୱେତଲୀନା କମ୍ପ, ପୂର୍ଣ୍ଣିମା ମଟାରି, ଶ୍ରୀୟାରାଣୀ ପାଢ଼ୀ ପ୍ରମୁଖ ବଡ଼ ଲୋକଙ୍କ ଜୀବନୀ, ବୁଢ଼ୀମା ଗପ, ଅସୁରୁଣୀ, ପକ୍ଷୀ, ଶସ୍ୟ, ଚତୁର ବିଲୁଆ, ବିଭିନ୍ନ ପଶୁ ଆଦିକୁ ନେଇ ଅନେକ ଗଳ୍ପ କହିଥିଲେ । ଗଳ୍ପ ହିଁ ଜୀବନର ଧାରାକୁ ବଦଳେଇ ଦେଇଥାଏ ବୋଲି ଶିକ୍ଷକ ସୁରେନ୍ଦ୍ର କମ୍ପ କହିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷିକା ବନିତା ମେହେର, ଶୈଳେନ୍ଦ୍ର ବସ୍ତିଆ, ନୃପମଣୀ ମହାଲିକ, ଦୀପ୍ତିମୟୀ ବୈଠାରୁ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଛାତ୍ର ଦୁର୍ବାଦଳ ଅମାତ ଓ ଛାତ୍ରୀ ସୁନିତା ପ୍ରଧାନ ସଂଯୋଜନା କରିଥିଲେ । ଶେଷରେ ଛାତ୍ରୀ ଅର୍ପିତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.