କଳାହାଣ୍ଡି ରେଳଯାତ୍ରୀ ସଂଘର କାର୍ଯ୍ୟକାରିଣୀ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲାର ବିଭିନ୍ନ ରେଳ ସମସ୍ୟା ଓ ସେଗୁଡିକର ଦୀର୍ଘସ୍ଥାୟୀ ସମାଧାନ ଲକ୍ଷ୍ୟରେ ଗଠିତ କଳାହାଣ୍ଡି ରେଳଯାତ୍ରୀ ସଂଘର କାର୍ଯ୍ୟକାରିଣୀ ବୈଠକ ଭବାନୀପାଟଣା ସ୍ଥିତ ହୋଟେଲ ସୁରମ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଡ. ଭବାନୀ ଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରେଳଯାତ୍ରୀ ସଂଘର ଉପସଭାପତି ସୁଧାଂଶୁ ଶେଖର ବରାଡ଼, ପରମାନନ୍ଦ ମାଝୀ, ଇଙ୍ଗିତ କୁମାର ପଣ୍ଡା, ମହାସଚିବ ନିରୋଜ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଭବାନୀପାଟଣା ଷ୍ଟେସନ ମାଷ୍ଟର ଅନୁପ ସାହୁ ଯୋଗଦେଇଥିଲେ।

Omkar Vasthu
Omkar Vasthu

ଏହି ଅବସରରେ ସଂଘର କର୍ମକର୍ତ୍ତା ସତ୍ୟ ପଣ୍ଡା, ପ୍ରଦୀପ କୁମାର ଦାସ, ସଚ୍ଚିଦାନନ୍ଦ ସାହୁ, ପ୍ରମୋଦ ଜୈନ, ଶାନ୍ତିସ୍ୱରୂପ ପଣ୍ଡା, ଉମାକାନ୍ତ ଜାନୀ, ସମିତା ନାୟକ, କୃଷ୍ଣଚନ୍ଦ୍ର ପ୍ରଧାନ, ଏ. ରେହମାନ, ସୀତାରାମ ନାୟକ ପ୍ରମୁଖ ଯୋଗଦେଇ ଜିଲ୍ଲାର ବିଭିନ୍ନ ରେଳ ପ୍ରସଙ୍ଗରେ ଆଲୋଚନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଥିରେ ନର୍ଲା ଲୋକୋମୋଟିଭ ଫାକ୍ଟ୍ରିର କାର୍ଯ୍ୟାରମ୍ଭ, ଜୁନାଗଡ଼- ନବରଙ୍ଗପୁର ରେଳଲାଇନ କାର୍ଯ୍ୟାରମ୍ଭ, ଧର୍ମଗଡ଼କୁ ରେଳ ସଂଯୋଗ, ଜିଲ୍ଲାର ବିଭିନ୍ନ ରେଳ ଷ୍ଟେସନର ଦାବିଗୁଡିକ ସମ୍ପର୍କରେ ଆଲୋଚନାରେ ସ୍ଥାନ ପାଇଥିଲା। ଏହି ଅବସରରେ ପ୍ରଫେସର ଦିଗାମ୍ବର ପାତ୍ର, ହୃଷିକେଶ ମିଶ୍ର, ପ୍ରମୋଦ ଖମାରି, ସ୍ୱାଧୀନ ପାତ୍ର, ଇଂ ଅଜୟ କୁମାର ପଣ୍ଡା, ଦେବେନ୍ଦ୍ର ବିଶିଙ୍କୁ ଉପଦେଷ୍ଟା ମଣ୍ଡଳୀରେ ଗ୍ରହଣ କରାଯାଇଥିଲା। ସଂଘର ସାଧାରଣ ସମ୍ପାଦକ ସୁଶୀଲ କୁମାର ବାଗ ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.