ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ସୁଭଦ୍ରା ଯୋଜନା ଉପରେ ବୈଠକ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରୁ ସୁଭଦ୍ରା ଯୋଜନାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମ କିସ୍ତି ଟଙ୍କା ଦିଆଯାଉଥିବାରୁ ସେପ୍ଟେମ୍ୱର ୧୭ରେ ଭୁବନେଶ୍ୱରରେ ଆୟୋଜିତ ବୈଠକକୁ ଯିବାପାଇଁ ୫ ଜଣ ମହିଳା ହିତାଧିକାରୀଙ୍କୁ ଚୟନ କରାଯାଇଛି l

ଏନେଇ ଆୟୋଜିତ ପ୍ରସ୍ତୁତି ବୈଠକ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ଯୋଗଦେଇ ସମସ୍ତ ସୁଭଦ୍ରା ଯୋଜନାରେ କିପରି ଅଧିକରୁ ଅଧିକ ହିତାଧିକାରୀମାନେ ସୁଚାରୁ ରୂପେ ଆବେଦନ କରିପାରିବେ ତାହା ଉପରେ କର୍ମଚାରୀମାନେ ହିତାଧିକାରୀ ମାନଙ୍କୁ ବୁଝେଇବେ ବୋଲି ଅଧ୍ୟକ୍ଷା କହିଥିଲେ l ଏହି ବୈଠକରେ କାଉନସିଲର ଅଶୋକ କୁମାର ମହାଙ୍କୁଡ, ସୁଦଷ୍ଣା ବେହେରା, ଅରୁଣ କୁମାର ମହାଙ୍କୁଡ, ପ୍ରମୁଖଙ୍କ ସହ ଏନଏସିର ସମସ୍ତ କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.