ହୋଟେଲରେ ରୋଷେଇ ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସହର ସ୍ଥିତ ମୁଖ୍ୟ ରାସ୍ତାରେ ଥିବା ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ନିକଟରେ ଏକ ହୋଟେଲରେ ଆଜି ରୋଷେଇ ସମୟରେ ନିଆଁ ଲାଗି ଗ୍ୟାସ ସିଲିଣ୍ଡର ଫାଟିବା ଫଳରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଘଟଣା ସ୍ଥଳରେ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ। 

Omkar Vasthu
Omkar Vasthu

ସୂଚନାନୁସାରେ ଲାଞ୍ଜିଗଡ଼ ସ୍ଥିତ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ନିକଟରେ କିଛି ଦିନ ହେଲା ଏକ ନୂଆ ହୋଟେଲ ଖୋଲା ଯାଇଥିଲା। ଆଜି ହୋଟେଲରେ ରୋଷେଇ ଚାଲିଥିବା ସମୟରେ କୌଣସି କାରଣରୁ ଗ୍ୟାସ ପାଇପରେ ନିଆଁ ଲାଗିଯିବା ଫଳରେ ହୁହୁ ହୋଇ ନିଆଁ ଜଳି ସମ୍ପୂର୍ଣ୍ଣ ହୋଟେଲଟି ଧୂଆଁଧୂଆଁ ହୋଇ ଯାଇଥିଲା। ଏହାକୁ ଦେଖି ହୋଟେଲର କର୍ମଚାରୀ ମାନେ ଜୀବନ ବିକଳରେ ଭୟରେ ବାହାରକୁ ଚାଲି ଆସିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପରେ କିଛି ସମୟ ପରେ ଗ୍ୟାସ ସିଲିଣ୍ଡରଟି ଫାଟିଯାଇ ଜଳିବାରେ ଲାଗିଲା। ଏହାକୁ ନେଇ ଆଖ ପାଖରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା। ଖବର ପାଇ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ।ଏଥିରେ କାହାର କୌଣସି କ୍ଷତି ହୋଇନଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.