ଏ.ଇ.ଏସ୍. ମହାବିଦ୍ୟାଳୟ ତରଫରୁ ଜାତୀୟ ସେବା ଯୋଜନା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ତରଭା: ସ୍ଥାନୀୟ ଏ.ଇ.ଏସ୍. ମହାବିଦ୍ୟାଳୟର ଏନ୍.ଏସ୍.ଏସ୍. ୟୁନିଟ୍ ତରଫରୁ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମିଶ୍ର ଓ ପ୍ରୋଗ୍ରାମ୍ ଅଫିସର ଅଧ୍ୟାପକ ମନୋରଞ୍ଜନ ଭୋଇଙ୍କ ତତ୍ତ୍ଵାବଧାନରେ ଜାତୀୟ ସେବା ଯୋଜନା ଦିବସ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବେ ପରିଚାଳନା କମିଟି ସଭାପତି ଶୈଳେନ୍ଦ୍ର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଯୋଜନାର ଆତ୍ମାକୁ ମନେ ପକେଇ ସାମାଜିକ ଓ ଅର୍ଥନୈତିକ ଜୀବନର ଦୃଶ୍ୟପଟ ପରିବର୍ତ୍ତନ ନିମନ୍ତେ ଉତ୍ସର୍ଗୀକୃତ ସେବା ସହ ମାନବିକ ମୂଲ୍ୟବୋଧ ପ୍ରତିପୋଷଣ କରିବାର ଆବଶ୍ୟକତା ରହିଛି ବୋଲି ସ୍ବେଚ୍ଛାସେବୀମାନଙ୍କୁ ଉଦ୍’ବୋଧନ ଦେଇଥିଲେ ।

ତେବେ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରିବା ଦିଗରେ ସମାଜରେ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ଆଶା ପ୍ରକଟ କରିଥିଲେ।ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରୋଗ୍ରାମ୍ ଅଫିସର ଅଧ୍ୟାପକ ମନୋରଞ୍ଜନ ଭୋଇ ସ୍ବେଚ୍ଛାସେବୀମାନଙ୍କୁ ନେଇ ତରଭା ବ୍ଲକସ୍ଥିତ ପଥରଟେକା ଗ୍ରାମକୁ ଯାଇ ସଚେତନତା ଅଭିଯାନକ୍ରମରେ ଏକ ଦୁସ୍ଥ ଗରିବ ଅସହାୟ ବୃଦ୍ଧାଙ୍କ ଭଗ୍ନ କୁଟୀରକୁ ଦରି ଏବଂ ପାଲ ଯୋଗେ ମରାମତି କରିବା ସହ ଅସହାୟ ବୃଦ୍ଧାଙ୍କୁ ଶୁଖିଲା ଖାଦ୍ଯ ବଣ୍ଟନ କରିଥିଲେ ।

ଏନ୍.ଏସ୍.ଏସ୍. ଦିବସରେ ସେଠାରେ ସମବେତ ଗ୍ରାମବାସୀ ସ୍ବେଚ୍ଛାସେବୀମାନଙ୍କର ପ୍ରକୃତ ଧର୍ମକୁ ହୃଦ୍’ବୋଧ କରିବା ସାଙ୍ଗେ ସାଙ୍ଗେ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ବିଭୀଷଣ ପଧାନ, ଲାଇବ୍ରେରୀଏନ୍ ଦେବେନ୍ଦ୍ର କୁମାର ନାଏକ ସମେତ ଏନ୍.ଏନ୍.ଏସ୍. ୟୁନିଟର ସମସ୍ତ ସ୍ବେଚ୍ଛାସେବୀ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.