ଶାରଦୀୟ ଦୁର୍ଗାପୂଜା ପାଇଁ କଳସ ଯାତ୍ରା, ଦଶାବତାର ଦର୍ଶନ ଭେଟି ଦେବ ମୋଟେର ଦୁର୍ଗା ପୂଜା କମିଟି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଧରାବତରଣ କରିଛନ୍ତି ମା ଦୁର୍ଗା, ସବୁଆଡେ ଚଳଚଞ୍ଚଳ ହୋଇ ଉଠିଛି ଶାରଦୀୟ ଋତୁ। ମା ଦୁର୍ଗତିନାଶିନୀ ଦୁର୍ଗାଙ୍କ ପୂଜା ପାଇଁ ବିଭିନ୍ନ ମେଢ଼ ସାଜସଜ୍ୟା ସରିଛି। ସେହିପରି କୋକସରା ବ୍ଲକ ମୋଟେର ଠାରେ ମା ଦୁର୍ଗାଙ୍କ ଦଶ ଅବତାର ପୂଜା ପାଇଁ ଗୁରୁବାର କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ମୋଟେର ମହାଦେବ ମନ୍ଦିର ପୋଖରୀରୁ ୧୧୦୧ କଳସରେ ଜଳ ଭର୍ତ୍ତି କରି ମହିଳା ମାନେ ଗ୍ରାମ୍ୟ ପରିକ୍ରମା କରି ପୂଜା ମଣ୍ଡପରେ କଳସ ସ୍ଥାପନ କରିଥିଲେ। ଏହି କଳସ ଯାତ୍ରାରେ ଘଣ୍ଟ ଦଳ, ବାଜା, ସଂକୀର୍ତନ ଦଳ ସାମିଲ ହୋଇଥିଲେ। ଦଶ ଦିନ ଧରି ଚାଲିବାକୁ ଥିବା ଏହି ଦୁର୍ଗା ପୂଜାରେ ଏବର୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦଶବତାର ଦର୍ଶନ କରେଇବା ପ୍ରସ୍ତୁତି ସରିଛି। ଏହି ପୂଜାକାର୍ଯ୍ୟ ସମ୍ପାଦନ ପାଇଁ ପୂଜାକର୍ତ୍ତା ଭାବେ ରୋହନ ପଟ୍ଟଯୋଶୀ ସପତ୍ନୀକ ନିହାରିକା ପଟ୍ଟଯୋଶୀ ଦାୟିତ୍ୱ ନିର୍ବାହ କରୁଛନ୍ତି। ପାର୍ଶ୍ୱ କର୍ତ୍ତା ଭାବେ ଭାସ୍କର ନାଏକ, ଚମାର ଚଣ୍ଡି, ଘାସିରାମ ଶବର, ମହେଶ୍ୱର ସରାଫ, କୌସ୍ତୁଭ ପଟ୍ଟଯୋଶୀ, ବେଦ ପଟ୍ଟଯୋଶୀ, ଶ୍ରବଣ ଦାସ ସପତ୍ନୀକ କାର୍ଯ୍ୟ ତୁଲେଇବା ନିଷ୍ପତି ହୋଇଛି। ପୂଜା କମିଟି ସଭାପତି ଦୁଷ୍ମନ୍ତ ପଟ୍ଟଯୋଶୀ, ଉପ ସଭାପତି ପୁରୁଷୋତ୍ତମ ଝାଙ୍କର, ସମ୍ପାଦକ ଧର୍ମେନ୍ଦ୍ର ଦାସ, ସହ ସମ୍ପାଦକ ସୌମ୍ୟରଞ୍ଜନ ସରାଫ, କୋଷାଧ୍ୟକ୍ଷ ସୁଧାରାମ ସରାଫ ସମେତ କମିଟିର ସମସ୍ତ ସଦସ୍ୟ, ଗ୍ରାମବାସୀ ଉପସ୍ଥିତ ରହି କଳସ ଯାତ୍ରାରେ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଭଜନ ସନ୍ଧ୍ୟା, ଛଅ ଦିନ ନାଟକ, ଘୁମୁରା ପ୍ରତିଯୋଗିତା, ଡ୍ୟାନ୍ସ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ ଥିବା କମିଟି ପକ୍ଷରୁ ସୂଚନା ରହିଛି। ମୋଟେର ଫାଣ୍ଡି କର୍ମଚାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.