ସଂଜୀବନୀ ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର/କଟକ (କୃଷ୍ଣ କୁମାର ମହାନ୍ତି): ଶ୍ରୀ ସଂଜୀବନୀ ଚେରିଟେବୁଲ ଫାଉଣ୍ଡେସନ, କଟକ ତରଫରୁ ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଡକ୍ଟର ଶୀତାଂଶୁ କୁମାର ରାଉତ, ଅଶୋକ କୁମାର ସ୍ଵାଇଁ, ରଶ୍ମୀରେଖା ସୁବାସିନୀ ଏବଂ ଜଗବନ୍ଧୁ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଗୋପବନ୍ଧୁ ମଲ୍ଲିକ ଏବଂ ସୁଲେଖିକା ରଶ୍ମୀ ରାଉଳ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହାବ୍ୟତୀତ କଟକ ନୂଆଗଡ଼ ଅଂଚଳର ଇରା ନାୟକ ତାଙ୍କର ସ୍ୱର୍ଗତ ପିତା ଲକ୍ଷ୍ମୀଧର ନାୟକଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠାନରେ ଏକ ଭୋଜି ଆୟୋଜନ କରିବା ସହ ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ। ସ୍ଥାନୀୟ ଭଦ୍ରବ୍ୟକ୍ତିମାନେ ଏହି ଉତ୍ସବରେ ଉପସ୍ଥିତ ରହି ଉତ୍ସବକୁ ଅଧିକ ଶୋଭାବନ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଦୁର୍ଗା ଚରଣ ମଲ୍ଲ, ସମ୍ପାଦିକା ବର୍ଣ୍ଣଲତା ବେହେରା ଏବଂ ଉପସଭାପତି ସୁକାନ୍ତ କୁମାର ମହାନ୍ତି ପୌରୋହିତ୍ୟ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.