ନୀଳାମ୍ବରଙ୍କ ଦ୍ଵାରା ଛାତ୍ରଛାତ୍ରୀଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲା ବୀରମହାରାଜପୁରର ଛାତ୍ର ତଥା ସମାଜସେବୀ ନୀଳାମ୍ବର ଦାଶଙ୍କ ଦ୍ଵାରା ବିଦ୍ୟାଳୟରେ ପଢୁଥିବା ଛୋଟ ଛୋଟ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। ଦିଲ୍ଲୀରେ ପଢୁଥିବା ନୀଳାମ୍ବର ଯେତେବେଳେ ବି ଅବକାଶରେ ନିଜ ଘରକୁ ଆସନ୍ତି କିଛି ନା କିଛି ସମାଜ ପାଇଁ କାମ କରିବାକୁ ଚେଷ୍ଟା କରୁଥିବା ବେଳେ ଆଜି ବୀରମହାରାଜପୁର ଅନ୍ତର୍ଗତ ଦେଉଳି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ ସହିତ ପିଲାମାନଙ୍କୁ ଖାଦ୍ୟ ବି ବଣ୍ଟନ କରିଛନ୍ତି। ଗତଥର ସେ ବୃକ୍ଷ ରୋପଣ କରି ସମାଜକୁ ଏକ ସୁନ୍ଦର ଦୃଷ୍ଟିକୋଣ ଦେଇଥିଲେ ଯାହା ଫଳରେ ସେ କିଛି ଦିନ ଆଗରୁ ଦିଲ୍ଲୀ ରେ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହି ସବୁ କାମ ପାଇଁ ସେ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିବିଶେଷଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି। ତାଙ୍କୁ ଏହି କାର୍ଯ୍ୟକ୍ରମରେ ବିଶେଷ ରୂପରେ ସହଯୋଗ କରିଥିବା ଯୁବ ସମାଜସେବୀ ସୁଧାଂଶୁ କର୍ଣ୍ଣ , ଗ୍ରାମର ୱାର୍ଡ ମେମ୍ବର ଭକ୍ତବନ୍ଧୁ ବୁଡେକ, ରଞ୍ଜିତ କର୍ମୀ ତଥା ମନ୍ଦିର ପୂଜକ ପିଣ୍ଟୁ ଶତପଥୀ ଗ୍ରାମର ମାନସ ମିଶ୍ର, ସିତୁନ ଦାଶ, ଗୋପାଳ ଦାଶ ଙ୍କୁ ବହୁତ ଧନ୍ୟବାଦ ଦେଇଛନ୍ତି, ଯେଉଁମାନେ କି ପ୍ରତ୍ୟେକ କାର୍ଯ୍ୟରେ ସବୁବେଳେ ସାହାଯ୍ୟ କରନ୍ତି। ଉକ୍ତ କାର୍ଯ୍ୟକ୍ରମ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ଦାଶ ଏବଂ ଶିକ୍ଷକ ସୁଶିଲ ପୁରୋହିତ ମଧ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ। ଶେଷରେ ନୀଳାମ୍ବର ସମସ୍ତଙ୍କୁ ଧନ୍ୟବାଦ ଦେଇ ଆଗକୁ ଛାତ୍ରଛାତ୍ରୀ ମାନଙ୍କୁ ବ୍ୟାଗ୍ ଆଉ ପାଣିବୋତଲ ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.