ଘୋଡ଼ାବନ୍ଧ ଜୟଦୁର୍ଗା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଶାରଦୀୟ ଦୁର୍ଗାପୂଜା ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅନ୍ତର୍ଗତ ଘୋଡ଼ାବନ୍ଧ ଗ୍ରାମରେ ଚଳିତ ବର୍ଷ ଜୟଦୁର୍ଗା ସାଂସ୍କୃତିକ ଅନୁଷ୍ଠାନ, ଘୋଡ଼ାବନ୍ଧ ତରଫରୁ ଅଷ୍ଟମ ବର୍ଷ ଶାରଦୀୟ ଦୁର୍ଗାପୂଜା ମହାସମା ରୋହରେ ପାଳିତ ହୋଇଯାଇଛି।

Omkar Vasthu
Omkar Vasthu

ସଭାପତି ଜିତେନ୍ଦ୍ର କୁମାର ସାହୁ ଓ ସଂପାଦକ ପ୍ରକାଶ ଚନ୍ଦ୍ର ସାହୁଙ୍କ ତତ୍ତ୍ବାବଧାନରେ ମା’ ଦଶଭୁଜାଙ୍କ କଳସ ଯାତ୍ରା ଠାରୁ ଆରମ୍ଭ କରି ବିଜୟା ଦଶମୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପନ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପ୍ରତ୍ୟେକ ଦିନ ସଂଧ୍ୟା ସମୟର ଆଳତୀ ସମୟରେ ବେଶ ଜନଗହଳି ହୋଇଥିଲା। ତା ସହ ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା ଓ ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। 

ଏଥିରେ କମିଟିର ସଦସ୍ୟ ଅନିଲ୍ ପଧାନ, ସୁଶାନ୍ତ କୁମାର ସାହୁ, ରାଜେନ୍ଦ୍ର ନାରାୟଣ ମାଝୀ, ନାରାୟଣ ପଧାନ, ବାଲ୍ ଗୋପାଲ ଚନ୍ଦନ, ଧରଣୀଧର ପଧାନ, ଶିବପ୍ରସାଦ ସାହୁ, ଫିରୋଜ କୁମାର ପଧାନ, ଜିତେନ୍ଦ୍ର ନାଗ, ଦୁର୍ବାଦଳ ସାହୁ, ସୁମନ୍ତ ପଧାନ, ପ୍ରମୋଦ କୁମାର ସାହୁ, ରମାକାନ୍ତ ମାଝୀ, କୈଳାସ ଚନ୍ଦ୍ର ସାହୁ, ନରେନ୍ଦ୍ର କୁମାର ସାହୁ , କିରଣ ମାଝୀ, ସନ୍ତୋଷ ସାହୁ, ସୁରେଶ ପଧାନ, ନିକୁଞ୍ଜ ପଧାନ ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ।

ଗୌରୀ ଶଙ୍କର ମାଝୀ ଓ କୁନି ମାଝୀ କର୍ତ୍ତା ଭାବେ ପୂଜା ଦାୟିତ୍ୱ ତୁଲାଇଥିଲେ। ପଣ୍ଡିତ ଶ୍ରୀ ଦେବ ପ୍ରସାଦ ଷଡ଼ଙ୍ଗୀ ଓ ପଣ୍ଡିତ ସୁରେଶ ତ୍ରିପାଠୀ ପୁରୋହିତ ଭାବେ କାର୍ଯ୍ୟକରି ମା’ ଦଶଭୁଜାଙ୍କର ପୂଜାର୍ଚ୍ଚନା କରିଥିଲେ। ସୋମବାର ଦିନ ମା’ଙ୍କର ଭାସାଣୀ ଯାତ୍ରା ମହା ଆଡମ୍ବରରେ କରାଯିବା ପାଇଁ କମିଟି ପକ୍ଷରୁ ସ୍ଥିର କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.