ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଶାନ୍ତପୁର ଗ୍ରାମ ପଂଚାୟତର ଗୋହୀରାପଦର ଗ୍ରାମର ଗଜଲକ୍ଷ୍ମୀ ପୂଜା ପୂଜା ଧୁମ ଧାମରେ ଚାଲିଛି। ଲକ୍ଷ୍ମୀପୂଜା ନିମନ୍ତେ ମଙ୍ଗଳବାର ଅପରାହ୍ନ ୪ ଘଣ୍ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସଂକୀର୍ତ୍ତନ ମଣ୍ଡଳୀ ଓ ବ୍ୟାଣ୍ଡ ବାଜା ସହ ୫୦୦ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ମହିଳା ଭକ୍ତ ମାନେ କଳସ ନେଇଆସି ପୂଜା ମଣ୍ଡପରେ ସ୍ଥାପନା କରିଥିଲେ। ଏହାପରେ ବିଲ୍ୱବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଧବାର ସକାଳ ୭ ଘଣ୍ଟାରୁ ଆରମ୍ଭ ହୋଇଥିବା ଗଜଲକ୍ଷ୍ମୀ ପୂଜା ରବିବାର ପୂର୍ଣ୍ଣାହୁତି ସହ ସମାପନ ହେବ। କମିଟିର ସଭାପତି ହେମନ୍ତ ସାହୁ ଓ ସମ୍ପାଦକ ପ୍ରଶାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଗଜଲକ୍ଷ୍ମୀ ପୂଜନ ସହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହେଉଛି। ପ୍ରଥମ ଦିନ ରାତିରେ ତିଲଯୋଡ଼ିର ‘ଫସିଲା ଧରମା ପାଇଲା ଫାଶୀ’ ନାଟକ ମଞ୍ଚସ୍ଥ ହୋଇଥଲା। ସେଇଭଳି ପୂଜାର ଦ୍ଵିତୀୟ ରାତ୍ରରେ କଳାହାଣ୍ଡି ପ୍ରତାପପୁରର ‘ସରିନି ଫଗୁଣ ଆସିଲା ଶ୍ରାବଣ’ ନାଟକ ମଞ୍ଚସ୍ଥ ହୋଇଥିବା ବେଳେ ଶୁକ୍ରବାର ତୃତୀୟ ରଜନୀରେ ଧର୍ମଗଡ ଡଙ୍ଗରୀପଡ଼ାର ‘କିରଣକୁ ଜଣା ସୂର୍ଯ୍ୟ ଠିକଣା’ ଓ ଶେଷ ରଜନୀ ଶନିବାର ୧୯/୧୦ ରେ ଡ୍ୟାନ୍ସ ଡ୍ୟାନ୍ସ ପ୍ରତିଯୋଗୀତା ଭଳି ମନୋରଞ୍ଜନର କାର୍ଯ୍ୟକ୍ରମ ରଖିଛି ପରିଚାଳନା କମିଟି। ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ନିଳାଦ୍ରୀ ସାହୁ ଓ ଲିଙ୍ଗରାଜ ସାହୁ ଦମ୍ପତି ଦାୟୀତ୍ବ ନିର୍ବହନ କରୁଥିବା ବେଳେ ପୂଜକ ପଣ୍ତିତ ତାରାପୁର ସର୍ଗୀଗୁଡ଼ାର ସୁରେଶ କୁମାର ପଣ୍ଡା ଓ ତାଙ୍କ ସହଯୋଗୀମାନେ ପୂଜା ପରିଚାଳନା କରୁଥିବା ଜଣାପଡିଛି। ନକଟିଗୁଡାର ସନ୍ତୋଷ କୁମାର ହୋତା ପ୍ରତ୍ୟହ ପୁରାଣ ପାଠ କରୁଛନ୍ତି। କମିଟିର ପୁର୍ବତନ ସଭାପତି ଖୁଲୁରାମ ସାହୁ, ପୂର୍ବତନ ସରପଞ୍ଚ ଟିକେଧର ସାହୁ, କମିଟିର ବରିଷ୍ଠ ସଦସ୍ୟ ସୁବାଷ ମାଝୀ, ଛବିଲାଲ ସାହୁ, ତ୍ରିଲୋଚନ ସାହୁ ପ୍ରମୁଖ ପୂଜା ପରିଚାଳନା କରୁଛନ୍ତି। ଶାନ୍ତି ଶୃଙ୍ଖଳାର ସହ ପୂଜା ଚାଲିଥିବାରୁ କମିଟିର କର୍ମକର୍ତ୍ତାମାନଙ୍କୁ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ବିଡିଓ ରିପୁନାଥ ସୁନା ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।