କୁଶୁର୍ଲା ଠାରେ ଅକ୍ଷୟ ନାଗଙ୍କ ଶୋକସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର କୁଶୁର୍ଲା ଠାରେ ଅକ୍ଷୟ ନାଗଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। କୁଶୁର୍ଲା ଗ୍ରାମର ସ୍ବର୍ଗତ ଅକ୍ଷୟ ନାଗ ଯାଦବ ସମାଜର ଉତ୍ଥାନ ଦିଗରେ କାର୍ଯ୍ୟକରି ଆସୁଥିଲେ। ଏହାସହ ସେ କଂଗ୍ରେସ ଦଳର ଜଣେ ଟାଣୁଆ ନେତା ଥିଲେ। ତାଙ୍କ ଆବର୍ତ୍ତମାନରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ସ୍ବର୍ଗତ ନାଗଙ୍କ ଏକଦଶାହ ଅବସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଶୋକସଭାରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ବରିଷ୍ଠ ଯାଦବ ନେତା ମହେନ୍ଦ୍ର ନାଏକ, ଚମରୁ ବଗର୍ତ୍ତିଙ୍କ ସହ ବିଭିନ୍ନ ସମାଜର ନେତୃସ୍ଥାନୀୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ନାଗଙ୍କ ସ୍ମୃତି ଚାରଣ କରିଥିଲେ। ଯାଦବ ସଂଗଠକ ରାଜୀବ ଲୋଚନ ପୋଢ ସଭା ସଂଚାଳନ କରିଥିବାବେଳେ ଏଥିରେ ସ୍ବର୍ଗତ ନାଗଙ୍କ ଏକମାତ୍ର ପୁତ୍ର ଦିବ୍ୟ ନାଗ, ଭାଇ ଶରତ ନାଗ ଓ କିଶୋର ନାଗଙ୍କ ସହ ପରିବାରବର୍ଗ ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.